Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକ ଶିକ୍ଷା ବିଭାଗର ବିଭିନ୍ନ ଅନିୟମିତତାକୁ ନେଇ ସାମ୍ବାଦିକ ସମ୍ମିଳନୀ

ତିହିଡ଼ି ବ୍ଲକ ଶିକ୍ଷା ବିଭାଗର ବିଭିନ୍ନ ଅନିୟମିତତାକୁ ନେଇ ସାମ୍ବାଦିକ ସମ୍ମିଳନୀ

28

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶିକ୍ଷା ବିଭାଗର ବିଭିନ୍ନ ଅନିୟମିତତାକୁ ନେଇ ଶୁକ୍ରବାର ଟାଉନ ହଲ ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଜୟନୀ ମହାରଣାଙ୍କ ଆହୂତ ଏହି ସମ୍ମିଳନୀରେ ସେ କହିଥିଲେ ଯେ, ତିହିଡ଼ି ବ୍ଲକ ଶିକ୍ଷା ବିଭାଗରେ ବହୁ ଅନିୟମିତତା ହୋଇଛି । ସେଥିମଧ୍ୟରୁ ନିକଟରେ ଲେବଲ-୩ ପ୍ରଧାନ ଶିକ୍ଷକ ପଦୋନ୍ନତିରେ ଅନିୟମିତତା ହୋଇଥିବା ଦର୍ଶାଇଥିଲେ । ବ୍ଲକର ଜଣେ ପ୍ରଧାନ ଶିକ୍ଷକ ଲେବଲ-୩ ପଦୋନ୍ନତି ପାଇ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଏଥିରେ ସରକାରୀ ନିୟମକୁ ଉଲଙ୍ଘନ କରାଯାଇ ପଦୋନ୍ନତି ଦିଆଯାଇଛି । ସରକାରୀ ନିୟମ ଅନୁସାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ୨୦୨୧ ମସିହାରେ ଚାକିରୀରେ ରହି ଗ୍ରାଜୁଏସନ ପାସ୍ କରିବା ସମୟରେ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଆବଶ୍ୟକ ।

ମାତ୍ର ସେତେବେଳେ ସେ କର୍ତ୍ତୃପକ୍ଷଙ୍କ ଅନୁମତି ନନେଇ ଗ୍ରାଜୁଏସନ କରିଛନ୍ତି । ଏଥିସହିତ ଗ୍ରାଜୁଏସନ ପରେ ଲେବଲ-୩ରେ ନିଯୁକ୍ତି ପାଇବାକୁ ହେଲେ ୧ବର୍ଷରୁ ୨ବର୍ଷ ଉଚ୍ଚ ପ୍ରାଥମିକ ତଥା ମଧ୍ୟଇଂରାଜୀ ସ୍କୁଲରେ ଶିକ୍ଷକତା କରିବା ଆବଶ୍ୟକ । ମାତ୍ର ଏହିସବୁ ନିୟମକୁ ପ୍ରଶାସନ ଦୃଷ୍ଟି ନଦେଇ ସେହି ପ୍ରଧାନ ଶିକ୍ଷକଙ୍କୁ ଲେବଲ-୩କୁ ପଦୋନ୍ନତି ଦେଇଛନ୍ତି ବୋଲି ଶ୍ରୀମତୀ ମହାରଣା ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଛନ୍ତି । ଏଥି ସହିତ ବ୍ଲକର କିଛି ଶିକ୍ଷକ ଶିକ୍ଷୟିତ୍ରୀ ଅନୁସୂଚିତ ଜନଜାତିର ଜାଲ୍ ପ୍ରମାଣପତ୍ର ଦେଇ ଚାକିରୀରେ ନିଯୁକ୍ତ ହୋଇ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ହାସଲ କରୁଛନ୍ତି । ସର୍ବୋପରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନିୟମ ଅନୁସାରେ ୩ଜଣ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରହିବା କଥା । ମାତ୍ର ଅନ୍ୟଜଣେ ଶିକ୍ଷକଙ୍କୁ ବେନିୟମ ଭାବେ ଭାରପ୍ରାପ୍ତ ଅତିରକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀମତୀ ମହାରଣା ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ସବୁ ଅନିୟମିତତାର ତଦନ୍ତ କରାଯାଇ ପଦକ୍ଷେପ ନିଆନଗଲେ ସେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.