Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପୋଖରୀ!

ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପୋଖରୀ!

31

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷ ପରେ ବର୍ଷ ଗଡ଼ୁଛି । ହେଲେ ତିହିଡ଼ି ବ୍ଲକ କାର୍ଯ୍ୟାଳୟର ପରିବେଶ ବିଗିଡ଼ିବାରେ ଲାଗିଛି । ଶାସକ ଓ ବିରୋଧୀ ଦଳର ଭୂମିକା ଏଠି ଗୌଣ । ସଂପୂର୍ଣ୍ଣ ବ୍ଳକକୁ ନେତୃତ୍ୱ ଦେବା ପରି ଶାସକ ଦଳ ଭିତରେ ଏକତା ନାହିଁ କି ଗଠନମୂଳକ ସମାଲୋଚନା କରିବା ପାଇଁ ବିରୋଧୀ ଦଳ ଭିତରେ ଆଗ୍ରହ ମଧ୍ୟ ନାହିଁ । ଏହା ଯଦି ହୋଇନଥା’ନ୍ତା ଦୀର୍ଘ ବର୍ଷ ଧରି ତିହିଡ଼ିର ଐତିହ୍ୟ ସମ୍ପନ୍ନ ଡାକବଙ୍ଗଳାଟି ଆଜି ପର୍ଯ୍ୟନ୍ତ ପରିତ୍ୟକ୍ତ ହୋଇପଡ଼ି ନଥା’ନ୍ତା । ଏବେ ପୁଣି ଚର୍ଚ୍ଚାରେ ରହିଲାଣି ତିହିଡ଼ି ବ୍ଲକ କାର୍ଯ୍ୟାଳୟର ସମ୍ମୁଖ ଭାଗର ଅବସ୍ଥା । କୃତ୍ରୁିମ ପୋଖରୀ ଏବେ ଏଠାରେ । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ଆରମ୍ଭ ହେଲାଣି । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ‘ମୋ ପୋଖରୀ ଯୋଜନା’ରେ ପୋଖରୀ ବୋଲି ଜନୈକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଲେଖିବା ବାସ୍ତବିକ ଆମ ପ୍ରଶାସନର ପାରିଲା ପଣିଆକୁ ଅଙ୍ଗୁଳି ନିର୍ଦେଶ କରୁଛି । ଯେଉଁ କାର୍ଯ୍ୟାଳୟ ସମଗ୍ର ବ୍ଲକର ଉନ୍ନତିର ଦାୟିତ୍ୱ ଗ୍ରହଣ କରିଛି ସେହି ବ୍ଲକ ସମ୍ମୁଖରେ ପାଣି ଜମି ରହିବା କେତେଦୂର ଯଥାର୍ଥ ବୋଲି ସମାଲୋଚନା ହେଉଛି । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ସୂଚନା ଯୋଗ୍ୟ, ବ୍ଲକ ସମ୍ମୁଖରେ ଥିବା ଦୋକାନ ଗୃହ ଭାଙ୍ଗି ଦେବା ପରେ ପୁଣି ଗୃହ ନିର୍ମାଣ କରିବା ପାଇଁ ଯେଉଁ ଯୋଜନା ଥିଲା ତାହାକୁ ଭାଟପଡ଼ା ସମିତି ସଭ୍ୟ ସଂଗ୍ରାମ ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ବିରୋଧ କରିବାରୁ ତାହା ବନ୍ଦ ହୋଇରହିଛି । କାର୍ଯ୍ୟାଳୟ ସମ୍ମୁଖରେ ଅଧିକ ଫାଙ୍କା ଜାଗା ରଖିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ପ୍ରାଚୀର ନିର୍ମାଣ କରାଯାଉନାହିଁ । ଏହା ପରିବର୍ତ୍ତେ ଏକ ସୁଦୃଶ୍ୟ ଗେଟ ନିର୍ମାଣ ଚାଲିଛି । ବ୍ଲକ ସମ୍ମୁଖରୁ ପାଣି ନିଷ୍କାସନ କିପରି ହେବା ସେ ସମ୍ପର୍କରେ ସହକାରୀ ଯନ୍ତ୍ରୀ ବା କନିଷ୍ଠ ଯନ୍ତ୍ରୀମାନେ ଯୋଜନା ମଧ୍ୟ କରୁନାହାନ୍ତି । ସାଧାରଣ ଲୋକେ କିପରି ବ୍ଲକ କାର୍ଯ୍ୟାଳୟରେ ବିନା କଷ୍ଟରେ ପ୍ରବେଶ କରିପାରିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.