Home ଜିଲ୍ଲା ପରିକ୍ରମା ତିହିଡିର ୧୪ଟି କେନ୍ଦ୍ରରେ ୨୮୬୬ ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେବେ

ତିହିଡିର ୧୪ଟି କେନ୍ଦ୍ରରେ ୨୮୬୬ ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେବେ

30

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ମେଟ୍ରିକ୍ ପରୀକ୍ଷା। ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ମୋଟ୍ ୧୪ଟି କେନ୍ଦ୍ରରେ ୨ ହଜାର ୮୬୬ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ନୋଡାଲ ସେଣ୍ଟରର ସୁପରିଟେଣ୍ଡେଣ୍ଟ ସମରେନ୍ଦ୍ରନାଥ ମିଶ୍ରଙ୍କ ଠାରୁ ସୂଚନା ମିଳିଛି। ତିହିଡି ସିଆରଏସ ହାଇସ୍କୁଲ, ତିହିଡି ସରକାରୀ ବାଳିକା ହାଇସ୍କୁଲ, ସୟା ବିପିଏସ ହାଇସ୍କୁଲ, କୋହ୍ଲ ହାଇସ୍କୁଲ, ପୀରହାଟ ଶାନ୍ତି ଶୈଳେନ୍ଦ୍ର୍ ହାଇସ୍କୁଲ, ତିଆଡିସାହି ବାସନ୍ତୀ ନୋଡାଲ ହାଇସ୍କୁଲ, ବାରବାଟିଆ ବୈଷ୍ଣବାନନ୍ଦ ବିଦ୍ୟାପୀଠ, ସାମନ୍ତରାୟପୁର ନୋଡାଲ ହାଇସ୍କୁଲ, ପାଳିଆବିନ୍ଧା ରାମାନୁଜ ବିଦ୍ୟାପୀଠ, ଦୋଳସାହି ରାମନାରାୟଣ ହାଇସ୍କୁଲ, ଗୁଆମାଳ ବୀଣାପାଣି ନୋଡାଲ ହାଇସ୍କୁଲ, ଜୟପୁର ବାଞ୍ଛାନିଧି ନୋଡାଲ ହାଇସ୍କୁଲ, ବୋଡକ ନାୟକାଣି ହାଇସ୍କୁଲ ଓ କାଁପଡା ବାସୁଳୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ର୍‌ଗୁଡିକରେ ସମସ୍ତ ବ୍ୟବସ୍ଥା କରାଯାଇଛି। ସକାଳ ୮ରୁ ୧୦ ଘଟିକା ପର୍ଯ୍ୟନ୍ତ ଏବଂ ଗଣିତରେ ୮ରୁ ୧୦.୧୫ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ଏବଂ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ପତ୍ର ପ୍ରଦାନ କରିବା ଲାଗି ୩ଟିମ୍ ଗଠନ କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ସହ କଡ୍ଡା ନିରାପତ୍ତା ବଳୟ ମଧ୍ୟରେ ପରୀକ୍ଷା କରାଯିବ ଏବଂ ତିହିଡି ସିଆରଏସ ହାଇସ୍କୁଲରେ ଷ୍ଟ୍ରଙ୍ଗ ରୁମ୍ କରାଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.