Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣିମା ପାଳିତ

ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣିମା ପାଳିତ

33

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ତିହିଡ଼ି ଗ୍ରାମର ଦଧିବାମନ ଜୀଉ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। ଦିନ ୧୧ଟା ସମୟରେ ପାରମ୍ପରିକ ବାଦ୍ୟ ସହ ଶଂଖ, ଘଂଟ ଓ ହୁଳହୁଳି ଦେଇ ଦଧିବାମନ ଜୀଉ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା। ୧୦୮ କଳସ ଅଭିମନ୍ତ୍ରୀତ ଜଳେ ଶ୍ରୀ ଜୀଉଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ପରେ ଶ୍ରୀ ଜୀଉ ଯଥା ରୀତି ନୀତି ଅନୁସାରେ ଅଣସର ଘରେ ନେତ୍ରଉତ୍ସବ ପର୍ଯ୍ୟନ୍ତ ରହିବେ ବୋଲି ଜଣାପଡ଼ିଛି। ପୂଜକ ଲକ୍ଷ୍ମୀଧର କର, ନିରଂଜନ କର, ସେବକ ଶରତ କର, ସରୋଜ କର, ଉଜ୍ଜ୍ୱଳ କର, ସୁଭାଶିଷ କର, ସଂଗ୍ରାମ କର ପ୍ରମୁଖ ଶ୍ରୀଜୀଉଙ୍କ ସ୍ନାନ କରାଇଥିଲେ। ରାଜେଶ ନାୟକ, ଦୟାନିଧି ସାହୁ, ବିବେକାନନ୍ଦ ନାୟକ, ସୁକାନ୍ତ ଓଝାଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ତିହିଡ଼ି ଓଝାସାହୁ, କାଳିମେଘା, ମୂଷାଙ୍ଗ, ପୀରହାଟ, କୋହ୍ଲ, ଗୁଆମାଳ, ବିଲଣା, ତାଳପଦା, ବୋଡ଼କ ଇତ୍ୟାଦି ସ୍ଥାନରେ ଯଥା ରୀତି ନିତି ଅନୁସାରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.