Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ବୁଲିଲା ହଇଜା ସଚେତନତା ରଥ

ତିହିଡ଼ି ବ୍ଲକରେ ବୁଲିଲା ହଇଜା ସଚେତନତା ରଥ

21

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସମ୍ଭାବ୍ୟ ହଇଜାକୁ ଲକ୍ଷ୍ୟ କରି ସଚେତନତା ରଥ ବିଭିନ୍ନ ପଂଚାୟତ ଗ୍ରାମ ପରିକ୍ରମା କରିଛି। ମଙ୍ଗଳବାର ଏହି ସଚେତନତା ରଥକୁ ତିହିଡ଼ି ବିଡିଓ ନିରଂଜନ ବାରିକ ଉଦ୍‌ଘାଟନ କରିଥିଲେ। ଗ୍ରାମାଂଚଳରେ ହଇଜା ନବ୍ୟାପିବା ପାଇଁ ଯେଉଁସବୁ ପ୍ରତିଷେଧକ ବ୍ୟବସ୍ଥା ନିଆଯିବ ସେ ସମ୍ପର୍କରେ ରଥ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ। ଦୁଇଦିନ ଧରି ବ୍ଲକର ୩୧ ପଂଚାୟତର ବିଭିନ୍ନ ଗ୍ରାମକୁ ସଚେତନତା ରଥ ପରିକ୍ରମା କରିବ ବୋଲି ଜଣା ପଡ଼ିଛି। ରଥ ଉଦ୍‌ଘାଟନ ବେଳେ ଏବଡିଓ ମାନସ କୁମାର ଜେନା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥି, ପିଇଓ ଅରୁଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.