ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପକ୍ଷରୁ ଜାତୀୟ ପଂଚାୟତିରାଜ ଦିବସ ଆଜି ପଂଚାୟତ ସମିତି ସଭାଗୃହ ପରିସର ପାଳିତ ହୋଇଯାଇଛି। ଏହି ଅବସରରେ ବିଡିଓ ନିରଂଜନ ବାରିକଙ୍କ ଅଧ୍ୟକ୍ଷତା ଓ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା। ଏହି ଦିବସକୁ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଉଦ୍ଘାଟନ କରି ସରକାରଙ୍କ ଜନହିତକର ଯୋଜନା ସଠିକ୍ ବିନିଯୋଗ ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ସରପଂଚଞ୍ଚ ପ୍ରଦୀପ ବଳ, ନିହାରିକା ବିଶ୍ୱାଳ, ସମିତିସଭ୍ୟ ଶୁକଦେବ ମଲିକ, ବରିଷ୍ଠ ବିଜେପି ନେତା ସୀତାକାନ୍ତ ନାୟକ, ଉମାକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବ୍ଲକର ବିଭିନ୍ନ ପଂଚାୟତର ୫୨ଜଣ ନୂତନ ହିତାଧିକାରୀଙ୍କୁ ରାଶନ କାର୍ଡ଼ ବଂଟନ କରାଯାଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରଭାବ ପାଇଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଦହି ସର୍ବତ ବଂଟନ କରାଯାଇଥିଲା। ଏହି କାଯଁକ୍ରମରେ ଏବିଡିଓ ମାନସ କୁମାର ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥି ଓ ତନୁଜା ମିଶ୍ର, ଜିପିଇଓ ପ୍ଳାବନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ପାଲ, ସମୀର ରଂଜନ ରାଉତ, ଯୋଗାଣ ନିରୀକ୍ଷକ ପ୍ରିତୀଶ କୁମାର ସାମଲ, ଏପିଇଓ କାମିନୀଲତା ଓଝା, ବିଏଲସି ସ୍ନିଗ୍ଧା ନାୟକ, ନନ୍ଦିନୀ ନାୟକ, ସି.ପି. ମୌସୁମୀ ବେହେରା, ସତ୍ୟପ୍ରକାଶ ନାୟକ, ସାହାଡ଼ାସୁନ୍ଦରୀ ମଣ୍ଡଳ ସଭାପତି କେଶବ ବେହେରା, ଐଶାନ୍ୟଚଣ୍ଡି ମଣ୍ଡଳ ସଭାପତି ସାଇଶରଣ ବେହେରା, ସରପଂଚ ଶୁଭ୍ରନାରାୟଣ ସେଠୀ, ଯଶୋଦା ମଲ୍ଲିକ, ସମିତସଭ୍ୟ ଦେବେନ୍ଦ୍ର ଦାସ, ପ୍ରିୟବନ୍ଧୁ ମାଝୀ, ଉଷାକାନ୍ତ ନାୟକ, ଭରତ ଚନ୍ଦ୍ର ସାହୁ, ରାଜାରାମ ମହାକୁଡ଼, ରବିନ୍ଦ୍ର ଶତପଥି, ରଂଜିତ୍ ଜେନା, ସରୋଜ ନାୟକ, ଯଜ୍ଞଦତ ପତି ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ, ୫୨ଜଣ ନୂତନ ହିତାଧିକାରୀଙ୍କୁ ରାସନକାର୍ଡ଼ ବଂଟନ