ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥ ଯାତ୍ରା ପାଇଁ ପଠାଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ୨୬ ବରିଷ୍ଠ ନାଗରିକଙ୍କୁ ଅଯୋଧ୍ୟାକୁ ତୀର୍ଥ ପାଇଁ ପଠା ଯାଇଥିବା ଜଣାପଡ଼ିଛି। ଏହି ଅବସରରେ ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ତୀର୍ଥ ଗାଡ଼ିକୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ। ଏଥିରେ ଏବିଡିଓ ମାନସ କୁମାର ଜେନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଜିପିଇଓ ପ୍ଳାବନ ପଣ୍ଡା, ଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ, ସେକ୍ସନ ଅଫିସର ରୁନା ସୁନା, କମଳାକାନ୍ତ ଦାସ, ସରପଂଚ ଶୁଭ୍ରନାରାୟଣ ସେଠୀ, ସୀତାକାନ୍ତ ନାୟକ, କେଶବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।