Home ଜିଲ୍ଲା ପରିକ୍ରମା ତିହିଡ଼ିରେ ୭୪ବର୍ଷର ସପ୍ତା ପୂଜା ଅନୁଷ୍ଠିତ

ତିହିଡ଼ିରେ ୭୪ବର୍ଷର ସପ୍ତା ପୂଜା ଅନୁଷ୍ଠିତ

6

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ଗ୍ରାମରେ ସପ୍ତା ପୂଜା ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଅଛି। ଏହି ପୂଜା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ଚାଲିବ। ସପ୍ତା ପୂଜା ପ୍ରାରମ୍ଭରେ କଳସ ବୁଡ଼ା କାର୍ଯ୍ୟ ସମ୍ପନ୍ନ ହେବା ପରେ ଜଗନ୍ନାଥଙ୍କ ମୂର୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମ ଦିନ ଠାରୁ ୯ଦିନ ପର୍ଯ୍ୟନ୍ତ ଭାଗବତ ପାଠ ସମେତ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥାଏ। ଏଥି ସହ ପ୍ରତିଦିନ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥାନ୍ତି। ତିହିଡ଼ି ଗ୍ରାମରେ ଏହି ସପ୍ତା ପୂଜା ଦୀର୍ଘ ୭୪ ବର୍ଷ ଧରି ପାଳିତ ହୋଇ ଆସୁଅଛି। କର୍ତା ଭାବେ ନୃସିଂହ ଚରଣ ପତି ଓ ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ପତି କାର୍ଯ୍ୟ ତୁଲାଉଥିବା ବେଳେ ପୂଜକ ଭାବେ ଲକ୍ଷ୍ମୀଧର କର, କୃଷ୍ଣ ଚନ୍ଦ୍ର ଦାଶ, ତପନ କୁମାର ନାୟକ ପୂଜାକାର୍ଯ୍ୟ ଓ ଭାଗବତ ପାଠ କରୁଛନ୍ତି। ଭାଗବତ ଶ୍ର୍ରୋତା ଭାବେ ରଶ୍ମି ନାୟକ, ଅନ୍ନପୂର୍ଣ୍ଣା ଦାଶ, ଦମୟନ୍ତୀ ଦାସ, ସନ୍ଧ୍ୟାରାଣୀ ଦାସ, ଗାୟତ୍ରୀ ପାତ୍ର, ବାସନ୍ତୀ ମହାରଣା, ସୁକାନ୍ତୀ ସେଠୀ ପ୍ରମୁଖ ନିଷ୍ଠାର ସହିତ ପ୍ରତିଦିନ ଭାଗବତ ଶ୍ରବଣ କରୁଛନ୍ତି। ସପ୍ତା କମିଟିର ସଭାପତି ବାପୁଜୀ ନାୟକ, ସମ୍ପାଦକ ସଚିକାନ୍ତ ନାୟକ, କର୍ମକର୍ତା ରମାକାନ୍ତ ନାଥ, ପ୍ରଭାତ ରାଉଳ, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ବିଷ୍ଣୁ ଚନ୍ଦ୍ର ଦାଶ, ସୁଧାଂଶୁ ଶେଖର ନାୟକ, ମଧୁସୂଦନ ପାତ୍ର, ଭରତ ପାତ୍ର, କୈଳାସ ପାତ୍ର, କମଳାକାନ୍ତ ପଣ୍ଡା, ରମେଶ ପଣ୍ଡା, ଶେଷଦେବ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.