ad
ଅନୁଗୁଳ

ତାଳଚେର ପୈାରାଂଚଳରେ ବିଜୟ ସଙ୍କଳ୍ପ ସଭା : ଫିର୍ ଏକ ବାର ମୋଦି ସରକାର ପାଇଁ ଆହ୍ୱାନ

ତାଳଚେର, ୧୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୈାରାଂଚଳ ଅନ୍ତର୍ଗତ ଚାଳିଆକୁଟାଠାରୁ ଆଜି ବିଜେପିର ବିଜୟ ସଙ୍କଳ୍ପ ସଭା ଆରମ୍ଭ ହୋଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ପୈାରାଂଚଳର ୱାର୍ଡ଼ ନଂ-୧୦ ଏବଂ ୧୧ ର ଦୁଇଟି ସ୍ଥାନରେ ଆଜି ଏହା ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଦଳୀୟ କାର୍ଯ୍ୟକର୍ତା ଯୋଗ ଦେଇ ୧୯ବର୍ଷ ଧରି ରାଜ୍ୟ ଶାସନ କ୍ଷମତାରେ ରହିଥିବା ନବୀନ ସରକାର ଓଡ଼ିଆ ଲୋକଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ରାଜ୍ୟ ସରକାର ପାନୀୟଜଳ, ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ ସ୍କୁଲରେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏଣୁ ଏହି ସରକାର ବଦଳିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନା, କିଷାନ ସମ୍ମାନ ନିଧି ଯୋଜନା ଆଦିକୁ ଲାଗୁ କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଉ ନଥିବାରୁ ଗରିବଲୋକେ ଏହାର ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଲୋକଙ୍କ ବିକାଶ ନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ମୋଦୀଙ୍କ ସରକାରକୁ ଆଣିବାକୁ ପଡ଼ିବ ବୋଲି କାର୍ଯ୍ୟକର୍ତାମାନେ ଲୋକଙ୍କୁ ବୁଝାଇ କହିଥିଲେ। ଏହି ବିଜୟ ସଙ୍କଳ୍ପ ସଭାରେ ସଂଯୋଜକଭାବେ ପର୍ଶୁରାମ ବାରିକ ଯୋଗଦେଇ ସମଗ୍ର ରାଜ୍ୟରେ 5400 ସ୍ଥାନରେ ଏପରି ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହେବାକୁ ଥିବାବେଳେ ତାଳଚେର ରେ ଶହେଟି ସ୍ଥାନରେ ଏହାକୁ ଆୟୋଜନ କରାଯିବ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ବରିଷ୍ଠ ନେତା ଚିନ୍ତାମଣି ମହାପାତ୍ର,ଜୟନ୍ତ ଭୂତିଆ,ମଣ୍ଡଳ ସଭାପତି ଯଶୋବନ୍ତ ଦାସ, ଜ୍ଞାନେନ୍ଦ୍ରିୟ ସେଠୀ, ଅଖିଳ ସାମଲ, ଯୁବମୋର୍ଚ୍ଚା ସଭାପତି ସୁବ୍ରତ ସାହୁ, ସୁରେନ୍ଦ୍ର ଶର୍ମା, ଜଗଦିଶ୍ୱର ସାହୁ,ନିରୋଜ ଦାସ, ସୁକାନ୍ତ ରାୟ,ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗ ଦେଇ ରାଜ୍ୟରେ ୧୯ବର୍ଷର ସରକାର ବଦଳିବା ଦରକାର ଏବଂ ଫିର୍ ଏକ ବାର ମୋଦି ସରକାର ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଜନତାଙ୍କୁ ଜଣାଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top