Home ଅନୁଗୁଳ ତାଳଚେରରେ କୃଷି ସଚେତନତା ରଥ ପରିକ୍ରମା

ତାଳଚେରରେ କୃଷି ସଚେତନତା ରଥ ପରିକ୍ରମା

50

ତାଳଚେର,୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୃଷି ସେବା ଓ ପରାମର୍ଶ କେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ କୃଷି ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ତାଳଚେର ବିଧାୟକଙ୍କ ପ୍ରତିନିଧି ତଥା ବ୍ଲକ୍ ବିଜେଡି ସଭାପତି ସନ୍ତୋଷ କୁମାର ପ୍ରଧାନ ଓ ତାଳଚେର ବ୍ଲକ୍ ଅଧ୍ୟକ୍ଷ ବୃନ୍ଦାବନ ବେହେରା ପ୍ରମୁଖ ପତାକା ଦେଖାଇ କୃଷି ରଥର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ଆତ୍ମା’ ର ଅଧ୍ୟକ୍ଷ ନରେଶ ଚନ୍ଦ୍ର ବେହେରା,ଜିଲ୍ଲା କୃଷି ଅଧିକାରୀ ହରିହର ବାରିକ,ବ୍ଲକ କୃଷି ଅଧିକାରୀ ମଳୟ କୁମାର ପରିଡା,ସହକାରୀ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସାହୁଙ୍କ ସମେତ ‘ଆତ୍ମା’ ର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
ଏହି ରଥ ତାଳଚେର,କଣିହାଁ ଓ ପାଲଲହଡା ବ୍ଲକର ସମସ୍ତ ପଂଚାୟତକୁ ଯାଇ ସରକାରଙ୍କ କୃଷି ସମ୍ବନ୍ଧୀୟ ଯୋଜନା ବିଷୟରେ ଜନସାଧାରଣଙ୍କୁ ମାଇକ ଯୋଗେ ଅବଗତ କରାଇବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ପାଲା,ଦାସକାଠିଆ ଓ ବିଭିନ୍ନ ଲୋକନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ସଚେତନ କରାଇବ ବୋଲି କୃଷି ବିଭାଗ ପକ୍ଷରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.