Home ଓଡ଼ିଶା ତାଲାବନ୍ଦ୍ ରୁ ଫାଇଦା ନେଲେ ଲୁଟେରା…ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ସୁନା ଚେନ୍  

ତାଲାବନ୍ଦ୍ ରୁ ଫାଇଦା ନେଲେ ଲୁଟେରା…ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ସୁନା ଚେନ୍  

50

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟରେ ତାଲା ବନ୍ଦ ଚାଲିଥିବା ବେଳେ ପୋଲିସ୍ ଅମାନିଆ ଙ୍କ ପଛରେ ଗୋଡାଇ ବିଶ୍ରାମ ନେଲା ବେଳେ  ତାର ଫାଇଦା ଉଠାଉଛନ୍ତି ଲୁଟେରା । ପୋଲିସ୍ ରାତିସାରା କାର୍ଯ୍ୟ କରି ବିଳମ୍ବିତ ରାତ୍ରିରେ ଫେରି ଶୋଇଥାଏ ।ଭୋର୍ ଭୋର୍ ସମୟକୁ ଲୁଟ୍ ପାଇଁ ଲୁଟେରାମାନେ ବାଛି ନେଇଛନ୍ତି । ରାଜସୁନାଖଳା ଫାଣ୍ଡିରେ ଜଣେ ପୋଲିସ୍ ଅଫିସର୍ ଯୋଗୁ ତାଙ୍କ ଗତିବିଧି ଲକ୍ଷ୍ୟ କରି ଲୁଟେରା ମାନେ ଫାଇଦା ଉଠାଇଛନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି କୋଟଗଡ ଘାଟିରେ । ବେଗୁନିଆଁ ଥାନା ଚମ୍ପେଇଲ ନିକଟ ସାନବାଡ ଗ୍ରାମର ସୁରେଶ କୁମାର ଜେନା ଓ ତାଙ୍କ ସ୍ତ୍ରୀ ମାମିନା ଜେନା ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ ବନ୍ଧୁ ଘର ରଣପୁର କୁ ମେ ୧୨ ତାରିଖ ଦିନ ସକାଳୁ ଆସୁଥିଲେ । ସକାଳ ୬ ଘ.୩୦ ମିନିଟ୍ ସମୟରେ କୋଟଗଡ ଘାଟି ମଝିରେ ପଛପଟୁ ଏକ ନେଳି ରଙ୍ଗର ବାଇକ୍ ରେ ଦୁଇ ଜଣ ଯୁବକ ଆସି ମାମିନା ଧରିଥିବା ଭ୍ୟାନିଟ୍ ବ୍ୟାଗ୍‌କୁ ଭିଡି ନେଲେ । ଫଳରେ ସ୍ୱାମୀ ଓ ସ୍ତ୍ରୀ ଭାରସାମ୍ୟ ହରାଇ ତଳେ ପଡିଗଲେ । ଏହି ସୁଯୋଗରେ ଲୁଟେରା ଏକ ଦେଶୀ ବନ୍ଧୁକ ଦେଖାଇ ମାମିନାଙ୍କ ବେକରୁ ୧୫ ଗ୍ରାମ୍ ଓଜନର ଏକ ସୁନା ଚେନ୍ ଭିଡି ନେଲେ । ମାମିନାଙ୍କ ହାତରୁ ମଙ୍ଗଳସୂତ୍ର ଛଡାଇବା ସମୟରେ ସୁରେଶ ଲୁଟେରା ହାତରୁ ଦେଶୀ ବନ୍ଧୁକଟି ଛଡାଇ ଆଣିଲେ ।

ଲୁଟେରା ଦୁଇ ଜଣ ଓ ସୁରେଶଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ଲାଗିଥିବା ସମୟରେ  ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ମାମିନା ଓ ସୁରେଶ ଯେତେ ଡାକିଲେ ମଧ୍ୟ ବନ୍ଧୁକ ଦେଖି କେହି ସାହାର୍ଯ୍ୟ କଲେ ନାହିଁ । ଯାହା ଫଳରେ ଲୁଟେରା ଦୁଇ ଜଣ ବାଇକ୍ ନେଇ ରାଜସୁନାଖଳା ପଟକୁ ଚାଲିଗଲେ । ମାମିନାଙ୍କ ଭ୍ୟାନିଟ୍ ବ୍ୟାଗ୍ ରେ ୯ହଜାର ଟଙ୍କା ଓ ଏକ ମୋବାଇଲ୍ ଥିବା ମାମିନା ଫାଣ୍ଡିରେ ଅଭିଯୋଗ କରିଥିବା ଜଣାପଡିଛି । ଉଭୟଙ୍କ ଧସ୍ତାଧସ୍ତି ରେ ସୁରେଶ ,ମାମିନା ଆହାତ ହୋଇଥିବା ବେଳେ ସୁରେଶଙ୍କ ମାଡରେ ଲୁଟେରାଙ୍କ ମୁହଁରେ ଆଘାତ ଲାଗିଥିବା ସୁରେଶ କହିଛନ୍ତି ।  ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ୍ ଖବର ପାଇ କୋଟଗଡ ଘାଟିରେ ପହଂଚି ସୁରେଶ ଓ ମାମିନା ଙ୍କୁ ରାଜସୁନାଖଳା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ମାମିନା ଜେନାଙ୍କ ଠାରୁ ଏତାଲା ପାଇ ରଣପୁର ଥାନା ଇନିସ୍‌ପେକ୍ଟର୍ ଜ୍ୟୋତି ପ୍ରକାଶ ପଣ୍ଡା ଫାଣ୍ଡିରେ ପହଂଚି ତଦନ୍ତ କୁ ତ୍ୱରାନିତ କରିଥିବା ଜଣା ପଡିଛି । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲେ ମଧ୍ୟ ପୋଲିସ୍ ର ହାତ ଖାଲି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.