Home ଜିଲ୍ଲା ପରିକ୍ରମା ତଳକାଁପଡ଼ା ଗାଁରେ ବୋମାମାଡ଼ ଘଟଣା , ୩୦ଜଣଙ୍କ ନାଁରେ ୩ଟି ମାମଲା ରୁଜୁ, ଗିରଫ ଭୟରେ...

ତଳକାଁପଡ଼ା ଗାଁରେ ବୋମାମାଡ଼ ଘଟଣା , ୩୦ଜଣଙ୍କ ନାଁରେ ୩ଟି ମାମଲା ରୁଜୁ, ଗିରଫ ଭୟରେ ଲୁଚିଛନ୍ତି ଅଭିଯୁକ୍ତ

11

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଂଚାୟତ ଅଧୀନ ତଳକାଁପଡ଼ା ଗ୍ରାମର ବୋମା ମାଡ଼ ଘଟଣାରେ ୩୦ଜଣଙ୍କ ନାମରେ ୩ଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଗିରଫ ଭୟରେ ଉଭୟପକ୍ଷର ଅଭିଯୁକ୍ତମାନେ ଗାଁ ଛାଡ଼ି ପଳାଇ ଯାଇଛନ୍ତି। ଯେକୌଣସି ମୁହୂର୍ତରେ ପୋଲିସ ଉଠାଇନେବାର ଭୟରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା କୁହାଯାଉଛି। କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗାଁରେ କିଛି ବର୍ଷ ହେଲା ବିଜେପି ଓ ବିଜେଡ଼ି ମଧ୍ୟରେ ଶତ୍ରୁତା ଲାଗିରହିଛି। ଏପରିକି ବିଭିନ୍ନ ସମୟରେ ଗଣ୍ଡଗୋଳ ଉପୁଜି ଥାନା ପର୍ଯ୍ୟନ୍ତ କଥା ଯାଇଛି। ତେବେ ଏହି ଶତ୍ରୁତା ବୁଧବାର ରାତିରେ ଉଗ୍ର ରୂପ ଧାରଣ କରିଥିଲା। ଯାହାର ପରିଣାମ ସ୍ୱରୂପ ଉଭୟ ଦଳର ସାମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ବିଭିନ୍ନ ମାରଣାସ୍ତ୍ର ସହାୟତାରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଥିବା ବେଳେ ହଠାତ ବୋମାମାଡ଼ ହୋଇଥିଲା। ଯାହାଫଳରେ ଉଭୟ ପକ୍ଷର ୧୪ଜଣ ଆହତ ହୋଇଥିଲେ। ତେବେ ବିଜେଡ଼ିର ୮ଜଣ ସମର୍ଥକ ଗୁରୁତର ହୋଇଥିବା ବେଳେ ବିଜେପିର ୬ଜଣ ଆହତ ହୋଇଥିବା ଜଣାଯାଇଥିଲା। ଉଭୟ ପକ୍ଷର ଏତଲା କ୍ରମେ ୩୦ଜଣଙ୍କ ନାମରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ନିଜ ତରଫରୁ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ କରିଛି। ତେବେ ଏହି ଘଟଣାକୁ ନେଇ ବିଜେଡ଼ି ପକ୍ଷରୁ ମୁକ୍ତିକାନ୍ତ ଦାସ ଦେଇଥିବା ଏତଲା କ୍ରମେ ଶୁକଦେବ ମଳିକ, ସୁରେନ୍ଦ୍ର ମଳିକ, କାଶିନାଥ ମଳିକ, ସନାତନ ମଳିକ, ଦୀନବନ୍ଧୁ ଦାସ, ସଂଜୟ ଦାସ, ଦୀପେନ୍ଦ୍ର ଦାସ, ବାସୁଦେବ ଦାସ, ସବାଖିଆ ଦାସ, ମେଘନାଦ ଦାସ, ଅଭୟ ଦାସ, ଜଗା ଦାସ, ଅନୁ ଦାସ, ପ୍ରତାପ ଦାସ, ସୁଦାମ ଦାସ, ରାଜୀବ ଦାସ, ଅମରେଶ ମଳିଙ୍କ ନାମରେ ପୁଲିସ ୧୪୬/୨୫ ଏକ ମକଦ୍ଦମା ରୁଜୁ କରିଛି। ସେହିପରି ଭାଜପା ପକ୍ଷରୁ ରେବତୀ ଦାସ ଦେଇଥିବା ଏତଲା କ୍ରମେ ପ୍ରଫୁଲ୍ଲ ଦାସ, ପ୍ରକାଶ ଦାସ, ପ୍ରତାପ ଦାସ, ବିକି ଦାସ, ସିପୁ ଦାସ, ରେଖା ଦାସ, ବୀର ଦାସ, କୃଷ୍ଣ ଦାସ, ଅରୁଣ ଦାସ, ଗୋପବନ୍ଧୁ ଦାସ, ବୁଲୁ ଦାସ, ଚୌଧୁରୀ ଦାସ, ସୁବୁଦିଆ ଦାସ, ଦାମୋଦର ଦାସ, ପିଂଟୁ ଦାସ, ବିଶୁ ଦାସ, ସମୀର ଦାସ, ନିଲୁ ଦାସ, ନିରଂଜନ ଦାସ, ରମେଶ ଦାସ, ରବିନ୍ଦ୍ର ଦାସ, ସୁବାସ ଦାସଙ୍କ ନାମରେ ଅନ୍ୟ ଏକ ମକଦ୍ଦମା ୧୪୭/୨୫ ରୁଜୁ ହୋଇଛି। ଅପରପକ୍ଷେ ତିହିଡ଼ି ଥାନା ଏଏସଆଇ ଚିତରଞ୍ଜନ ବାରିକଙ୍କ ଅଭିଯୋଗ କ୍ରମେ ୧୪୫/୨୫ରେ ମଧ୍ୟ ଏକ ମକଦ୍ଦମା ରୁଜୁ ହୋଇଥିଲା। ତେବେ ମୁକ୍ତିକାନ୍ତ ଓ ରେବତୀଙ୍କ ଅଭିଯୋଗରେ ବୋମାମାଡ଼ ନେଇ ପରସ୍ପରକୁ ଦୋଷାରୋପ କରାଯାଇଛି। ତେବେ ବୋମାମାଡ଼ର ପ୍ରକୃତ ଅପରାଧୀ କିଏ ତାହା ଜାଣିବାକୁ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏସପି ମଡ଼କର ସନ୍ଦୀପ ସମ୍ପଦ ଗୁରୁବାର ତଳକାଁପଡ଼ା ଗାଁରେ ତଦନ୍ତ କରି ଫେରିବା ପରେ ଏସଡିପିଓ ତ୍ରିଲୋଚନ ସେଠୀ ଓ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ତେବେ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରିବା ସମ୍ଭବ ହୋଇପାରିନି ବୋଲି ଆଇଆଇସି ଗ୍ରହାଚାର୍ଯ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.