Home ଜିଲ୍ଲା ପରିକ୍ରମା ତମାଖୁ ସେବନର ନିବାରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ତମାଖୁ ସେବନର ନିବାରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

68

ଯାଜପୁର ୧୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଯାଜପୁର ଜଳ ବିଭାଜିକା ବିଭାଗର ପ୍ରଶିକ୍ଷଣ କାର୍ଯ୍ୟାଳୟରେ ଗୁଟୁଖା ବା ତମାଖୁ ସେବନର ପ୍ରସାର ଓ ଏହାର ନିରାକରଣ ଉପରେ ରହିଥିବା ଆଇନଗତ ଦିଗ ସଂପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସମୟରେ ସମାଜରେ ଗୁଟୁଖା ସେବନର ବହୁଳ ପ୍ରସାର ଓ ଏହାର ପ୍ରଭାବ ସମ୍ୱନ୍ଧରେ ଜନସାଧାରଣ ସଚେତନ ନ ହେଲେ ଏହାକୁ ରୋକାଯାଇପାରିବ ନାହିଁ। ତେଣୁ ପ୍ରତି ବର୍ଷରେ ଭାରତରେ ୧୦ ଲକ୍ଷ ଲୋକ ଏହି ଧୁମ୍ର ବିହିନ ପଦାର୍ଥ ବ୍ୟବହାର କରି କର୍କଟ ରୋଗ ଭଳି ଦୂରାରୋଗ୍ୟ କବଳରେ ପଡି ମୃତ୍ୟୁବରଣ କରିଛନ୍ତି ବୋଲି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ପଦାର୍ଥ ଯଥା- ପାନ, ଖଇନି, ଗୁଣ୍ଡି, ଗୁଟୁଖା ସେବନ ଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକେ ଏପରି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, ଏହାକୁ ଦୈନନ୍ଦିନ ଜୀବନଯାପନରେ ଏକ ସ୍ୱତନ୍ତ୍ର ଅଙ୍ଗ ଭାବେ ବିବେଚନା କରି ରୋଗରେ ପଡି ତଳିତଳାନ୍ତ ହୋଇ ଜୀବନ ହାରୁଛନ୍ତି। ତେଣୁ ସବୁ ବିଭାଗରେ ସମ୍ମିଳିତ ଉଦ୍ୟମ ଜାରି କରି ଯୁବ ବର୍ଗଙ୍କୁ ଏଥିରୁ ନ ନିବର୍ତ୍ତାଇଲେ ପର ପୀଢି ସଂପୂର୍ଣ୍ଣ ଦୁର୍ବଳ ହୋଇପଡିବ ବୋଲି ପ୍ରଶିକ୍ଷଣ ଶିବିରରେ ମତ ପରିପ୍ରକାଶ ପାଇଥିଲା। ସିଗାରେଟ୍ ଟାଣିବା ଲୋକ ହୃଦ୍‌ଘାତ ଜନିତ ମୃତ୍ୟୁ ମୁଖରେ ପଡିବା ସୁନିଶ୍ଚିତ। ଏଥିରେ ନିଜେ ସଚେତନ ହୋଇ ଦୂରେଇ ନ ରହିଲେ ନିଶା ରାକ୍ଷସ ସମାଜକୁ ଧ୍ୱଂସ ଯେ କରି ନଦେବ କିଏ କହିପାରିବ ବୋଲି ପ୍ରବକ୍ତାଗଣ ମତ ଦେଇଥିଲେ। ୫୦% ପୁରୁଷ ଓ ୨୫% ମହିଳା ଟବାକୋ ସେବନ ଦ୍ୱାରା ପ୍ରଭାବିତ ହେଉଛନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ତମାଖୁ ଗୁଟୁଖା ସେବନ ଧିରେ ଧିରେ ଅଜାଣତରେ କାୟା ବିସ୍ତାର କରି ଚାଲିବା ଏକ ଉଦ୍‌ବେଗ ଘଟଣାକୁ ପ୍ରଶିକ୍ଷଣ ଶିବିରରେ ସମସ୍ତେ ସ୍ୱୀକାର କରିଥିଲେ। ତେଣୁ ଏଥିରୁ ନିବର୍ତ୍ତିବା ପାଇଁ ପ୍ରାଥମିକ ସ୍ତରରେ ଏହାର ସେବନ ବନ୍ଦ କରା ନଗଲେ ବ୍ୟକ୍ତି ବିଶେଷ ଜନ୍ତାରେ ପଡି ଛଟ ପଟ ହେବା ଶତ ପ୍ରତିଶତ ସତ ବୋଲି ପ୍ରଶିକ୍ଷକ ଚେତାଇ ଦେଇଥିଲେ। ତେଣୁ ଉପସ୍ଥିତ ପୋଲିସ ଓ ଲାଇନ ଡିପାର୍ଟମେଣ୍ଟ ଅଣ୍ଟା ଭିଡିବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଅନୁରୋଧ କରିଥିଲେ। ପ୍ରତିକାର ସ୍ୱରୂପ ଶିକ୍ଷାନୁଷ୍ଠାନର ୨୦୦ ମିଟର ଭିତରେ ଗୁଟୁଖା ଦୋକାନ ନ ରଖିବାକୁ ତଦନ୍ତ କରିବା, ୧୮ ବର୍ଷରୁ କମ୍ ବର୍ଷର ପିଲାଙ୍କୁ ଏଥିରୁ ଦୂରେଇ ରଖିବା, ବିକ୍ରିବଟା ଉପରେ ସେମାନଙ୍କ ସଂପୃକ୍ତି ନ ରହିବାକୁ କଡାକଡି ଭାବେ ପାଳନ, କାର୍ଯ୍ୟାଳୟରେ ଏହାର ସେବନ ନିଷେଧ, ଗୃହରେ ତମାଖୁ, ପାନ, ବିଡି, ସିଗାରେଟ ସେବନ ବର୍ଜନ ଇତ୍ୟାଦି ଉପରେ ଜୋର ଦିଆଯାଇଥିଲା। ଏହି ବୈଠକରେ ଅବକାରୀ ନିରୀକ୍ଷକ ସ୍ୱପ୍ନାରାଣୀ ସାହୁ, ଜିଲ୍ଲା କୃଷି ଅଧିକାରୀ ବିମଳକାନ୍ତି ରପ୍ତାନ, ଅବକାରୀ କର୍ମଚାରୀ ବିଭୁଦତ୍ତ ଧଳ, ବିଭିନ୍ନ ଥାନାର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ। ଡା. ପାର୍ଥସାରଥୀ ମିଶ୍ର ଓ ଡା. ରମେଶ ମଲ୍ଲିକ ଉପସ୍ଥିତ ରହି ତମାଖୁ ସେବନର କାରଣ ଓ ନିରାକରଣ ଏବଂ ରହିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଟିକିନିଖି ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.