Home ଗଳ୍ପ ତଥାସ୍ତୁ ଆନୁକୂଲ୍ୟରେ ଗଳ୍ପ, ଅଲୋଚନା ଓ ଚିତ୍ର କବିତା ପ୍ରତିଯୋଗୀତା

ତଥାସ୍ତୁ ଆନୁକୂଲ୍ୟରେ ଗଳ୍ପ, ଅଲୋଚନା ଓ ଚିତ୍ର କବିତା ପ୍ରତିଯୋଗୀତା

59

ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ଅଗ୍ରଣୀ କଳା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ଆନୁକୂଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଗଳ୍ପପାଠ, ଗଳ୍ପ ଅଲୋଚନା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ର-କବିତା ପ୍ରତିଯୋଗୀତା ଓ ପୁରଷ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିବାବେଳେ ଗଳ୍ପପାଠ କାର୍ଯ୍ୟକ୍ରମରେ ହୃଷିକେଶ ଦାଶ, ସୌଦାମିନୀ ସ୍ୱାଇଁ, ସବିତା ଶୁକ୍ଳା, ଶରତ ଚନ୍ଦ୍ର ଷଡ଼ଙ୍ଗୀ ଅଂଶ ଗ୍ରହଣ କରିଥିଲେ। ଏହି ଗଳ୍ପପାଠ କାର୍ଯ୍ୟକ୍ରମରେ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ସଂପାଦନାରେ ପ୍ରକାଶିତ ଗଳ୍ପ ସଂକଳନ ‘ମଣିଷ ବ୍ୟତିରେକ’ ପୁସ୍ତକରୁ ଛେଳିପାଠକୁ ଗଣେଶ ମିଶ୍ର ବେଶ୍ ଚମତ୍କାର ଭାବେ ପାଠ କରିଥିଲେ।ଏହି ସାରସ୍ୱତ ଆସରରେ ଅତିଥିଭାବେ କବି ଓ କଥାକାର ଶତୃଜିତ୍ ଯୋଗଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ତଥାସ୍ତୁ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ର କବିତା ପ୍ରତିଯୋଗୀତାରେ ଶ୍ରଦ୍ଧାଞ୍ଜଳୀ ମହାନ୍ତି ପ୍ରଥମ, ସୃଷ୍ଟି ସୌରଭ ମିଶ୍ର ଦ୍ୱିତୀୟ ଏବଂ ଅନନ୍ୟା ଦାଶ ଓ ସୁନୀତା ଗୋଛାୟତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଣୁବାଳା ଦାଶ, ସୌମ୍ୟା ସ୍ୱୟଂପ୍ରଭା, ଜାହ୍ନବୀ ତ୍ରୀପାଠୀ, ଦୀପ୍ତିମୋହନ ନାୟକ ଓ ବବୁଲ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.