Home କେନ୍ଦୁଝର ଣୁଣିଲାନି ପ୍ରଶାସନ, ବେଆଇନ ଡିମିରିଆ ବାଲିଘାଟକୁ ବନ୍ଦ କଲେ ଗ୍ରାମବାସୀ

ଣୁଣିଲାନି ପ୍ରଶାସନ, ବେଆଇନ ଡିମିରିଆ ବାଲିଘାଟକୁ ବନ୍ଦ କଲେ ଗ୍ରାମବାସୀ

183

ହାଟଡ଼ିହି, ୧୪ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲର ଡିମିରିଆ ବୈତରଣୀ ବାଲିଘାଟଟି ବେଆଇନ ଭାବେ ଚାଲି ଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବସୀମାନେ ଦୀର୍ଘଦିନ ଧରି ଦାବି କରିଆସୁôତଲେ । ମାତ୍ର ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀମାନେ ବାଧ୍ୟହୋଇ ଏହି ଘାଟକୁ ବନ୍ଦ କରିଦେଇଛନ୍ତି । ଏହି ଘାଟକୁ ତହସିଲ ପକ୍ଷରୁ ୫ବର୍ଷୀୟା ଲିଜ ଦିଆଯାଇ ଥିବାବେଳେ ଏହାର ଲିଜ ଅବଧି ସରିଯାଇଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କୁ ହାତକରି ଲିଜଧାରୀ ବେଆଇନ ଭାବେ ଘାଟ ଚଲାଯାଉଥିବା ଅଭିଯୋଗ ହେଉଥିଲା । ଆଜି ଡିମିରିଆ ଗ୍ରାମର ଶହଶହ ଲୋକ ଗାଟ ନିକଟକୁ ଯାଇ ବାଲିଘାଟକୁ ବନ୍ଦ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଲିଜ ଅବଧି ସରିଯାଇଥିଲେ ମଧ୍ୟ ଏହି ଘାଟରୁ ଦୈନିକ ଶହଶହ ଟ୍ରକ, ହାଇୱା ଓ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରାଯାଉଥିବାରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟିବା ସହ ଯାତାୟତ କ୍ଷେତ୍ରରେ ନାନା ଅସୁବିଧା ଦେଖାଦେଉଥିଲା । ଏପରିକି ଜାଲ ରୟଲଟି କାଗଜ ପତ୍ର ଦିଆଯାଇ ବାଲି ପରିବହନ ହେଉଥିଲା । ବାଲି ଗାଡି ଯାତାୟତ ଯୋଗୁଁ ଏ ଅଞ୍ଚଳର ରାସ୍ତାଘାଟ ସବୁ ନଷ୍ଟ ହୋଇଯାଇଛି । ଶହଶହ ଗାଡି ଚଳାଚଳ ଯୋଗୁଁ ସାଧାରଣ ଲୋକମାନେ ଯିବା ଆସିବା କ୍ଷେତ୍ରରେ ନାନା ଅସୁବିଧା ସୃଷ୍ଟି ଭୋଗୁଛନ୍ତି । ଏନେଇ ଗ୍ରାମବାସୀ ମାନେ ଗତ କିଛି ମାସ ହେବ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନଥିଲା । ଆଜି ଶହଶହ ଗ୍ରାମବାସୀ ଏକଯୁଟ ହୋଇ ଡିମିରିଆ ବାଲିଘାଟକୁ ବନ୍ଦ କରିବା ସହିତ ବାଲିପାଇଁ ଆସିଥିବା ୬୦ରୁ ଉର୍ଦ୍ଧ ହାଇୱା, ଟ୍ରକ, ଟ୍ରାକ୍ଟର ଗୁଡିକୁ ଫେରାଇ ଦେଇଥିଲେ । ଏହାକୁନେଇ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.