Home ଜିଲ୍ଲା ପରିକ୍ରମା ଡ୍ରିମ୍ସ ଆଇଡିଆଲ ସ୍କୁଲ ପକ୍ଷରୁ ଉତ୍କଳମଣି ଜୟନ୍ତୀ

ଡ୍ରିମ୍ସ ଆଇଡିଆଲ ସ୍କୁଲ ପକ୍ଷରୁ ଉତ୍କଳମଣି ଜୟନ୍ତୀ

48

ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ଡ୍ରିମ୍‌ସ୍ ଆଇଡିଆଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ପକ୍ଷରୁ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସହରର ଗୋପବନ୍ଧୁ ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଚନ୍ଦ୍ରଭାଗା ମୁଖ୍ୟ କବି ଶ୍ରୀଦେବ, ରୋଟାରୀ କ୍ଲବ୍ ସଭାପତି ତଥା ଡ୍ରିମ୍‌ସ୍ ସ୍କୁଲ୍ ସମ୍ପାଦକ ଭାବଗ୍ରାହୀ ମହାନ୍ତି, ରୋଟାରୀ-ଅନ୍‌-ସି ଉପଦେଷ୍ଟା ଶେଖ୍ ମୁକ୍ତାର ଅହମ୍ମଦ, ବିଦ୍ୟାପୀଠର ପ୍ରତିଷ୍ଠାତା ଗଙ୍ଗାଧର ଦାସ, ଶ୍ରୀମତୀ ପୁଷ୍ପିତା ମହାନ୍ତି ପ୍ରମୁଖ ଯୋଗଦେଇ ସେଠାରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜଣେ ଆଦର୍ଶବାଦୀ ତଥା ଦରଦୀ ବ୍ୟକ୍ତିତ୍ୱ ଭାବେ ତତ୍କାଳୀନ ଓଡ଼ିଶାର ବିକାଶ ପାଇଁ ଉତ୍କଳମଣି ଗୋପବନ୍ଧୁଙ୍କ ଅବଦାନକୁ ଏ ମାଟି କେବେ ପସୋରି ଯିବ ନାହିଁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେହାନା ବେଗମ୍‌, ସତ୍ୟଭାମା ପ୍ରଧାନ, ସ୍ମିତିସୁଧା ଦାସ, ଦୀପାଞ୍ଜଳୀ ଦାସ, ଦେବୀଶ୍ରୀ ଗିରି, ରୂପଶ୍ରୀ ବେହେରା, ଆରତୀ ରାଉଳ, କଳ୍ପନା ବାରିକ, କାବ୍ୟଶ୍ରୀ ସାହାଣୀ, ସ୍ମୃତିରେଖା ନାଏକ, ଲକ୍ଷ୍ମୀଧର ପଣ୍ଡା, ଅରବିନ୍ଦ ହାତୀ, ଦ୍ୱିତୀକୃଷ୍ଣ ମହାନ୍ତି, ରୁନି ସିଂ ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏଥିରେ ଯୋଗଦେଇ ମହାନ ନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.