Home କୋରାପୁଟ ଡ୍ରାଇଭରକୁ ଓହ୍ଲାଇ ଦେଇ ଦୁର୍ବୂତ ନେଇଗଲେ ଟ୍ରକ

ଡ୍ରାଇଭରକୁ ଓହ୍ଲାଇ ଦେଇ ଦୁର୍ବୂତ ନେଇଗଲେ ଟ୍ରକ

454

କୋରାପୁଟ;ତା୦୫-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ) ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଦୁର୍ବୂତ ଡ୍ରାଇଭର ସମେତ ୨୦ଜଣ ଯାତ୍ରୀଙ୍କୁ ଟ୍ରକରୁ ଓହ୍ଲାଇ ଦେଇ ପିସ୍ତଲ ଦେଖାଇ ଟ୍ରକଟିକୁ ଅପହରଣ କରି ନେଇଥିବା କୋରାପୁଟ ଟାଉନଥାନାରେ ଅଭିଯୋଗ ହୋଇଛି । ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ଠାରୁ ହସ୍ତଗତ ସୂଚନା ଅନୁଯାୟୀ କଲିକତାର କେତେକ ଫେରିବାଲା ବ୍ୟବସାୟୀ ସପରିବାର ସହ ଏଚଆର-୬୯ଡି ୬୮୩୨ ନମ୍ବର ଟ୍ରକରେ ବିଭିନ୍ନ ସାମଗ୍ରୀ ନେଇ କୋରାପୁଟ ଅଭିମୁଖେ ଆସୁଥିଲେ । ଗତକାଲି ରାତି ପ୍ରାୟ ୨ଟା ସମୟରେ କୋରାପୁଟ-ଜୟପୁର ରାସ୍ତାର ଏକ ନିକାଂଚ ସ୍ଥାନରେ ୭ଜଣ ବ୍ୟକ୍ତି ଟ୍ରକ ଅଟକାଇ ଥିଲେ ଓ ଡ୍ରାଇଭରଙ୍କୁ ପିସ୍ତଲ ଦେଖାଇ ଗାଡି ସେମାନଙ୍କ କହିବା ସ୍ଥାନକୁ ନେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଦୁର୍ବୂତମାନେ ଟ୍ରକକୁ ଟାଉନ ଥାନା ଅଧୀନ ଡୁରୁମିରପୁଟ ରାମ ମନ୍ଦିର ନିକଟକୁ ଆଣିବା ପରେ ଗାଡିରୁ ଡ୍ରାଇଭର ସହ ସମସ୍ତେ ଓହ୍ଲାଇ ଯିବାକୁ କହିଥିଲେ । ଭୟଭୀତ ହୋଇ ଟ୍ରକରୁ ସମସ୍ତେ ଓହ୍ଲାଇବା ପରେ ଦୁର୍ବୂତମାନେ ଟ୍ରକ ନେଇ ପଳାଇଥିଲେ । ଲୁଟେରା ମାନେ ଏକ ଟାଟା ସଫାରୀ ଓ ଅନ୍ୟ ଏକ ସୁଇଫ୍ଟ ଡିଜାଇର୍ ଗାଡି ବ୍ୟବହାର କରୁଥିବା ଜଣା ପଡିଛି । ଟ୍ରକ ଡ୍ରାଇଭର କରମ ବୀର କୋରାପୁଟ ଟାଉନଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା(କେଶ ନଂ-୧୩୯/୧୯) ରୁଜୁ କରି ତଦନ୍ତ ଚଲାଇଛି । କୌଣସି ଚୋରା ଗଂଜେଇ ମାଫିଆ ଗୋଷ୍ଠୀ ଟ୍ରକ୍ ଅପହରଣରେ ସମ୍ପୃକ୍ତ ଥିବା ପୁଲିସ ସନେ୍ଦହ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.