Home ଅନୁଗୁଳ ଡେରା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଡେରା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

23

ତାଳଚେର, ୨୨/୬(ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଡେରା ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଡେରା ଗ୍ରାମପଂଚାୟତର ସରପଂଚ ତଥା ଶ୍ରୀରାମ ସେବା ଟ୍ରଷ୍ଟର ସଭାପତି ଗୀତିଶ କୁମାର ପ୍ରଧାନଙ୍କ ସହଯୋଗରେ ତଥା କେୟାର ପକ୍ଷରୁ ଆୟୋଜିତ ଏହି ଶିବିରରେ ମୋଟ ୧୦୮ ଜଣ ଗ୍ରାମବାସୀ ଚକ୍ଷୁ ପରୀକ୍ଷା କରାଇଥିଲେ। ତନ୍ମଧ୍ୟରୁ ୧୬ ବର୍ଷ ବୟସରୁ କମ୍ ୧୦ଜଣ ଛାତ୍ରଙ୍କୁ କେୟାର ନେତ୍ରମ ତରଫରୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ସେହିପରି ଶ୍ରୀରାମ ସେବା ଟ୍ରଷ୍ଟ ତରଫରୁ ୮୫ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଭୁତି ସାହୁ ଯୋଗଦାନ କରି ଏଭଳି ମହତ୍ୱ କାର୍ଯ୍ୟର ଆୟୋଜନ କରିଥିବାରୁ ଡେରା ଗ୍ରାମପଂଚାୟତର ସରପଂଚ ତଥା ଶ୍ରୀରାମ ସେବା ଟ୍ରଷ୍ଟର ସଭାପତି ଗୀତିଶ କୁମାର ପ୍ରଧାନ ଏବଂ ଏହାର କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.