Home କୋରାପୁଟ ଡେଙ୍ଗୁ ନିରୋଧ ମାସ ୨୦୧୯ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଡେଙ୍ଗୁ ନିରୋଧ ମାସ ୨୦୧୯ ପାଳନ ପାଇଁ ପ୍ରସ୍ତୁତି ବୈଠକ

67

କୋରାପୁଟ;ତା୩୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଡେଙ୍ଗୁ ନିରୋଧ ମାସ ୨୦୧୯ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ଦଧୀବାନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲାପାଳ ଡା.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ଜ୍ୱରରୁ ଶିଶୁ ଓ ଛାତ୍ରଛାତ୍ରୀଙ୍କୁ କିପରି ଦୂରେଇ ରଖା ଯାଇପାରିବ ସେଥିପ୍ରତି ଗୁରୂତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଡେଙ୍ଗକୁ ସାଧାରଣ ଜ୍ୱର ବା ମ୍ୟାଲେରିଆ ଜ୍ୱର ଭାବେ ନନେଇ ଶିକ୍ଷକ ଶିକ୍ଷୟତ୍ରୀ, ଅଙ୍ଗନୱାଡି ଏବଂ ଆଶା କର୍ମୀ ଏହାକୁ ଗଭୀରତାର ସହ ଗ୍ରହଣ କରିବା ଉଚିତ ବୋଲି ଜିଲାପାଳ କହିଥିଲେ। ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ, ୱାର୍ଡେନ୍, ଅଙ୍ଗନୱାଡି ଏବଂ ଆଶା କର୍ମୀ ଡେଙ୍ଗୁ ଜ୍ୱରର ଲକ୍ଷଣ, କାରଣ ଓ ପ୍ରତିକାର ବା ଚିକିତ୍ସା ସମ୍ପର୍କରେ ଟିକିନିଖି ଜାଣି ରଖିଲେ ତୃଣ ମୂଳ ସ୍ତରରେ ସେମାନେ ଡେଙ୍ଗୁ ରୋକିବାରେ ସଫଳ ହେବେ ବୋଲି ଜିଲାପାଳ ମତବ୍ୟକ୍ତ କରି ସେମାନଙ୍କୁ ଆବଶ୍ୟକୀୟ ତାଲିମ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଗୋଟିଏ ସପ୍ତାହ ମଧ୍ୟରେ ଡେଙ୍ଗୁ ଜ୍ୱରର ଲକ୍ଷଣ ସଂପର୍କରେ ଅବଗତ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ୪ ଟି ସହରାଂଚଳ କିପରି ପରିଷ୍କାର ରହିବ ସେଥିପ୍ରତି ସେ ଗୁରୁତ୍ୱାରୋପ କରିବା ସହ ଶିଳ୍ପ ଅନୁଷ୍ଠାନ ନାଲକୋ ଓ ହାଲକୁ ମଧ୍ୟ ପରିଷ୍କାର ରଖିବା ସଂପର୍କରେ ଚିଠି ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କୋଟପାଡ ଏନଏସି ନିର୍ବାହୀ ଅଧିକାରୀ, ସୁନାବେଡା ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ବୈଠକରେ ଅନୁପସ୍ଥିତ ରହିଥିବାରୁ ଜିଲ୍ଲାପାଳ ଡା.ଟୁଡୁ ବିରକ୍ତି ପ୍ରକାଶ କରିଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ରଙ୍କୁ ଜିଲ୍ଲାପାଳ ଫୋନ କଲାପରେ ସେ ବୈଠକକୁ ଆସିଥିଲେ ବୋଲି ଜଣାପଡିଛି। ଜିଲା ମ୍ୟାଲେରିଆ ଅଧିକାରୀ ଡା.ସୁଶାନ୍ତ କୁମାର ଦାଶ କୋରାପୁଟ ଜିଲାରେ ଡେଙ୍ଗୁର ସ୍ଥିତ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ଚଳିତ ବର୍ଷ ଜୁଲାଇ ୩୧ ମଧ୍ୟରେ କୋରାପୁଟରେ ୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲାର ୫ ଓ କୋରାପୁଟର ଜଣେ ମାତ୍ର ରହିଥିବା ସୂଚନା ଦେଇଥିଲେ। ୨୦୧୮ରେ କୋରାପୁଟ ଜିଲାରେ ୧୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ଚଳିତ ବର୍ଷ ଏହା ହ୍ରାସ ପାଇଥିବା ଡା.ଦାଶ ପ୍ରକାଶ କରିଛନ୍ତି। ଡେଙ୍ଗୁ ନିରାକରଣ ନିମନ୍ତେ ଗ୍ରାମାଂଚଳରେ ପଂଚାୟତ ପ୍ରତିନିଧି, ଏଏନଏମ୍, ସ୍ୱାସ୍ଥ୍ୟ ସୁପରଭାଇଜର, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ ମାନଙ୍କ ଦ୍ୱାରା ଜନ ସଚେତନତା କରାଯିବା ସହ ସ୍କୁଲ ଗୁଡିକରେ ପ୍ରାର୍ଥନା ପରେ ମଧ୍ୟ ସବୁଦିନ ସଚେତନ ବାର୍ତ୍ତା ପାଠ କରା ଯିବା ବ୍ୟବସ୍ଥା କରା ଯାଇଥିବା ଡା.ଦାଶ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମଓ (ଜନସ୍ୱାସ୍ଥ୍ୟ)ଡା.ଅରୁଣ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ସମଗ୍ର ଶିକ୍ଷା ଅଭିଯାନର ଗୁଣାତ୍ମକ ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତି ଓ ଜିଲାର ସମସ୍ତ ସିଏଚସି, ପିଏଚସିର ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.