Home ଜିଲ୍ଲା ପରିକ୍ରମା ଡିମିସର: କରୋନା, ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା

ଡିମିସର: କରୋନା, ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା

90

ନୟାଗଡ଼, ୧୭ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଡିମିସର ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ କରୋନା, ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଡିମିସର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଂଶୁମାନ ସାହୁ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟଭିତ୍ତିକ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସରପଂଚ ରଶ୍ମୀତା ବଶୋଇ ଉଦ୍‌ଘାଟନ କରିଥିଲାବେଳେ ଗ୍ରାମ ସଭାପତି ବିଜୟ କୁମାର ଦଳବେହେରା, ହୃଷିକେଶ ବିଶୋଇ, ସୂର୍ଯ୍ୟମଣି ପ୍ରଧାନ, ଅର୍ଜୁନ ବିଶୋଇ ପ୍ରମୁଖ ଯୋଗଦେଇଥିଲେ। ଆବାହିକା ନମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶୋଭାଯାତ୍ରାରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.