ad
ଓଡ଼ିଶା

ଡିବିରି ନିଆଁରୁ ଅଗ୍ନିକାଣ୍ଡ, ୪ ବଖରା ଘର ସହ ଆସବାବପତ୍ର ପୋଡି ପାଉଁଶ, ଅଳ୍ପକେ ବର୍ତ୍ତିଲେ ପରିବାରର ୩ ସନ୍ତାନ

ହରିଚନ୍ଦନପୁର, ତା ୧୬ ଅପ୍ରେଲ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମପଞ୍ଚାୟତ ପଞ୍ଚମ ତିନିପୋଲିଆ ଗ୍ରାମରେ ଡିବିରି ନିଆଁ ଲାଗି ୪ ବଖରା ଘର ପୋଡ଼ି ପାଉଁଶ ଅଳ୍ପକେ ବର୍ତ୍ତିଲେ ପରିବାରର ୩ଜଣ ସନ୍ତାନ। ଖବର ଅନୁଯାୟୀ ଇନ୍ଦ୍ର ହାସଦା ଓ ପରିବାର ଲୋକମାନେ ୩ଜଣ ସନ୍ତାନକୁ ଘରେ ଛାଡି କୌଣସି କାମରେ ଝାଡଖଣ୍ଡ ଅଞ୍ଚଳକୁ ଯାଇଥିଲେ। ସୋମବାର ସନ୍ଧ୍ୟା ୭ଘଟିକା ସମୟରେ ହାସଦାଙ୍କ ଘରେ ଜଳୁଥିବା ଡିବିରି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର ଦେଖି ଗ୍ରାମର ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଜଣାଇବା ସହ ଘର ମଧ୍ୟରେ ଥିବା ୩ଜଣ ସନ୍ତାନକୁ ଉଦ୍ଧାର କରିଛନ୍ତି। ସେଥି ମଧ୍ୟରୁ ୧୪ବର୍ଷର ସାନ ପୁଅ ହାତରେ ନିଆଁ ଲାଗି କ୍ଷତବିକ୍ଷତ ହୋଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ଦେଖି ଲୋକମାନେ ଦୂରଦୂରାନ୍ତରୁ ପାଣି ଆଣି ନିଆଁକୁ ଆୟତ୍ତ ପରେ ସେତେବେଳେକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା। ପରେ ଘଟଣାସ୍ଥଳରେ ବ୍ରାହ୍ମଣୀପାଳ ଟାଟାଷ୍ଟିଲ ପ୍ଲାଣ୍ଟର ଦମକଳ ବାହିନୀ ଓ ଦାନଗଦି ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଉକ୍ତ ୪ବଖରା ଘର ମଧ୍ୟରେ ଥିବା ସମସ୍ତ ଆସବାବପତ୍ର ଓ ଏକ ଧାନହଲର, ଗଛିତ ଖାଦ୍ୟ ସାମଗ୍ରୀ, ପୋଡି ପାଉଁଶ ହୋଇଯାଇଛି। ଅତି ଦୁଃଖର ବିଷୟ ଏତେ ବଡ଼ ଘଟଣା ଘଟିଥିବା ସହ ଘଟଣାର ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ଷ୍ଟିଲପ୍ଲାଣ୍ଟ ପକ୍ଷରୁ ଘଟଣାସ୍ଥଳରେ କୌଣସି କର୍ମଚାରୀ ପହଞ୍ଚି ନାହାନ୍ତି। ଯାହା ଫଳରେ ୩ଜଣ ସନ୍ତାନ ଭୋକ ଉପାସରେ ରହିଥିବା ସହ ସାନପୁଅ ଯନ୍ତ୍ରଣାରେ ଛଟପଟ ହେଉଥିବାର ଜଣାପଡିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ପରିବାରରକୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଏଅଞ୍ଚଳର ଜନସାଧାରଣରେ ଦାବି ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top