Home ଜିଲ୍ଲା ପରିକ୍ରମା ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଣପର୍ବ ନୂଆ ଖାଇ ଧୁମଧାମରେ ହେଲା ପାଳିତ

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଣପର୍ବ ନୂଆ ଖାଇ ଧୁମଧାମରେ ହେଲା ପାଳିତ

114

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନେ ନୂଆଖାଇ ପରବରେ ବେଶ୍ ଆନନ୍ଦିତ।
ନବରଙ୍ଗପୁର ୧-୯ (ଓଡ଼ିଆ ପୁଅ) ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଗଣପର୍ବ ନୁଆଁ ଖାଇ ବେଶ ଧୁମ୍ ଧାମ୍ ରେ ପାଳନ କରୁ ଥିବା ବେଳେ ପ୍ରତ୍ୟେକ ଘରେ ନିଜ ନିଜର ଇଷ୍ଟଦେବଙ୍କ ପାଖରେ ନୁଆଁ ଚୁଡ଼ା କିମ୍ବା ନୁଆଁ ଚାଉଳର କ୍ଷୀରି କରି ଭୋଗ ଲଗାଇ ପୂଜା କରି ଥାଆନ୍ତି।

ନୁଆଁ ବସ୍ତ୍ର ପରିଧାନ କରି ଭୋଗ ନୈବେଦ୍ୟ ଲଗାଇ ପରିବାରର ସମସ୍ତ ସଦସ୍ୟ ଏକତ୍ର ଖାଇ ବଡ଼ ଲୋକଙ୍କୁ ନୁଆଁ ଖାଇ ଜୁହାର କରି ଆଶିର୍ବାଦ ନେଇ ଥାଆନ୍ତି। ଆଦିବାସୀମାନଙ୍କର ନୁଆଁ ଖାଇ ଏକ ବଡ଼ ପର୍ବ। ଏହି ଦିନ ଆଗରୁ ଯିଏ ଯେଉଠି ଥିଲେ ନିଜ ଘରେ ପହଞ୍ଚି ଏଇ ପର୍ବକୁ ପାଳନ କରି ଥାଆନ୍ତି। କିନ୍ତୁ ଏଭଳି ଏକ ବିଦ୍ୟାଳୟ ନବରଙ୍ଗପୁରରେ ରହିଛି, ବାର ମାସରେ ତେର ପର୍ବ ପଡୁ ଥିଲେ, ସମସ୍ତ ପର୍ବ ଏହି ବିଦ୍ୟାଳୟରେ ପାଳନ କରି ଥାଆନ୍ତି। ଏପରିକି ବିଦ୍ୟାଳୟରେ ଅଧ୍ୟୟନରତ ୫୧୫ ଛାତ୍ରୀମାନେ ପର୍ବପର୍ବାଣୀରେ ନିଜ ଘରକୁ ଯିବାକୁ ମନ କରନ୍ତି ନାହିଁ। ସେହି ବିଦ୍ୟାଳୟଟି ହେଉଛି ଡାବୁଗାଁ ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟ। ଏଠାକାର ଆଦର୍ଶ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ପ୍ରତ୍ୟେକ ପର୍ବ ପର୍ବାଣୀକୁ ଛାତ୍ରୀମାନଙ୍କୁ ସାମିଲ କରାଇ ପାଳନ କରି ଥାଆନ୍ତି। ଏଇ ନୁଆଁ ଖାଇ ପର୍ବକୁ ପାଳନ କରିବା ପାଇଁ ବିଦ୍ୟାଳୟରେ ପିଠା, ତରକାରୀ ଓ କ୍ଷୀରି କରି ଛାତ୍ରୀମାନଙ୍କୁ ଖାଇବାକୁ ଦିଆ ଯାଇ ଥାଏ ଓ ଅତିଥିମାନଙ୍କୁ ମଧ୍ୟ ଖାଇବାକୁ ଦିଆଯାଇଥାଏ। ଏହି ଅବସରରେ ପାପଡାହାଣ୍ଡି ବ୍ଲଜ ଡଙ୍ଗରା ଜୋନ ଜିଲ୍ଲା ପରିଷଦସଭ୍ୟ ଯଶୋବନ୍ତ ନାୟକ, ଯୁବ ନେତା ସୁବ୍ରତ ପରିଡ଼ା, ବରିଷ୍ଟ ସାମ୍ବାଦିକ ରବି ନରାୟଣ ମହାନ୍ତି ଓ ତାରା ପ୍ରସାଦ ପାଣିଗ୍ରାହୀ ଏବଂ ଅନ୍ୟ ଅତିଥି ମାନେ ଉପସ୍ଥିତ ରହି ନୁଆଁ ଖାଇ ପରବକୁ ମନଭରି ଉପଭୋଗ କରି ଥିଲେ। ନୁଆଁ ଖାଇ ସରିବା ପରେ ବିଦ୍ୟାଳୟ ଛାତ୍ରୀମାନେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ଅତିଥି ମାନଙ୍କ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଇ ଥିଲେ। ଏଇ ଅବସରରେ ଛାତ୍ରୀମାନେ ନାଚ ଗୀତର ଆସରରେ ନିଜକୁ ମଜ୍ଜାଇ ଦେଇ ଏଇ ଦିନକୁ ଖୁସିରେ କଟାଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.