Home ଅନୁଗୁଳ ଡାକ ବିଭାଗ ପକ୍ଷରୁ ଏକତାଳି ଗ୍ରାମ ପଂଚତାରକା ଗ୍ରାମ ଘୋଷିତ

ଡାକ ବିଭାଗ ପକ୍ଷରୁ ଏକତାଳି ଗ୍ରାମ ପଂଚତାରକା ଗ୍ରାମ ଘୋଷିତ

41

ତାଳଚେର,୧୮/୦୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ଏକତାଳି ଗ୍ରାମକୁ କେନ୍ଦ୍ର ସରକାରଙ୍କ ଯୋଗାଯୋଗ ତଥା ଭାରତୀୟ ଡାକ ବିଭାଗ ପକ୍ଷରୁ ପଂଚତାରକା ଗ୍ରାମ ଭାବରେ ଘୋଷଣା କରାଯାଇଛି । ଏଥି ନିମନ୍ତେ କଳମଛୁଇଁ ସଭାଗୃହ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କଳମଛୁଇଁ ଗ୍ରାମ ସମ୍ପାଦକ ଯୁଗଳ କିଶୋର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଢେଙ୍କାନାଳ ମଣ୍ଡଳ ଡାକ ଅଧିକ୍ଷକ ଜମ୍ବେଶ୍ୱର ଗଡନାୟକ,ତାଳଚେର ସବ୍‌ଡିଭିଜନ ଡାକ ନିରୀକ୍ଷକ ସଞ୍ଜୀବ କୁମାର ପ୍ରଧାନ, ସାଉଥବଲଣ୍ଡା ଉପ ଡାକପାଳ ଜଗବନ୍ଧୁ ଜେନା,ସ୍ଥାନୀୟ ୱାର୍ଡ଼ମେମ୍ବର ମାଧବ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଢେଙ୍କାନାଳ ମଣ୍ଡଳ ଡାକ ଅଧୀକ୍ଷକ ଶ୍ରୀ ଗଡନାୟକ ଭାରତୀୟ ଡାକ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ବଦ୍ଧରେ ଆଲୋକପାତ କରିବା ସହ ଏହାର ଲାଭ ସାଧାରଣ ଜନତାଙ୍କ ନିକଟରେ ପଂହଚାଇବାକୁ ଡାକ ବିଭାଗ ସଦାସର୍ବଦା ଚେଷ୍ଟିତ ବୋଲି ମତବ୍ୟକ୍ତ କରିଥିଲେ। କଳମଛୁଇଁ ପୋଷ୍ଟ ଅଫିସର ଶାଖା ପରିଚାଳିକା ବିଜୟିନୀ ସାହୁ ଓ ଅଭୟ କୁମାର ପାଢୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ଯେଉଁ ଗ୍ରାମଗୁଡିକର ଶତକଡା ୭୫ରୁ ଅଧିକ ସାଧାରଣ ଜନତା ଭାରତୀୟ ଡାକ ବିଭାଗରେ ନିଜର ଜମାଖାତା ଖୋଲିବା ସହ ଜୀବନବୀମା, ସୁକନ୍ୟା ଯୋଜନା, ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନାରେ ପଞ୍ଜିକରଣ କରିବା ସହ ଇଣ୍ଡିଆନ୍ ପୋଷ୍ଟାଲ ବ୍ୟାଙ୍କ ସହ ନିଜର ଜମାଖାତାର ସଂଯୋଗ କରିଥିବେ,ସେହି ଗ୍ରାମକୁ ପଂଚତାରକା ଗ୍ରାମ ରୂପରେ ଘୋଷଣା କରାଯାଇଥାଏ ବୋଲି ଡାକ ବିଭାଗ ପକ୍ଷରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.