Home ଜିଲ୍ଲା ପରିକ୍ରମା ଡାକ୍ତର ଅନୀଲ ବେହେରାଙ୍କ ବିୟୋଗରେ ସ୍ମୃତିସଭା

ଡାକ୍ତର ଅନୀଲ ବେହେରାଙ୍କ ବିୟୋଗରେ ସ୍ମୃତିସଭା

27

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଂପାଦକ ଦିବଂଗତ ଡାକ୍ତର ଅନୀଲ କୁମାର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଏକ ସ୍ମୃତିଚାରଣ ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ମନୋଜ କୁମାର ଭଟ୍ଟାଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭା ପ୍ରାରମ୍ଭରେ ଦିବଂଗତ ଡାକ୍ତର ବେହେରାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତଃ ଡାକ୍ତର ବେହେରାଙ୍କ ପ୍ରଚେଷ୍ଟାରେ ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠା ହେବା ପରେ ସେ ଏହାର ପ୍ରଥମ ସଂପାଦକ ଭାବେ ଅନୁଷ୍ଠାନର ଉନ୍ନତି କଳ୍ପେ ନାନାବିଧି ପ୍ରୟାସ କରିଥିଲେ । ଏବଂ ଅନୁଷ୍ଠାନ ପ୍ରତି ତାଙ୍କର ଅମୂଲ୍ୟ ଅବଦାନକୁ ଭୁଲିହେବ ନାହିଁ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସଂପାଦକ ମଳୟ କୁମାର ଜେନା ଯୋଗଦେଇ ଦିବଂଗତ ଡାକ୍ତର ବେହେରାଙ୍କ କର୍ମମୟ ଜୀବନ, ଜନପ୍ରିୟତା ଓ ଚିକିତ୍ସା ଜଗତକୁ ତାଙ୍କର ଅବଦାନ ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି କହିଥିଲେ । ଏହି ସଭାରେ ଅଧ୍ୟାପକ ଅଶ୍ୱିନୀ କୁମାର ପଣ୍ଡା, ସତ୍ୟଜିତ ହାଲଦାର, ମୃତ୍ୟୁଞ୍ଜୟ ସାହୁ, ପ୍ରଶିକ୍ଷକ ନାରାୟଣ ବେହେରା, ଶୁଭ୍ରାଂଶୁ ମାନା, ଅଧ୍ୟାପିକା ପ୍ରଦିପ୍ତାମୟୀ ପଣ୍ଡା, ସୌମ୍ୟାଶ୍ରୀ ସାହୁ ଓ ଦାଶରଥୀ ନାୟକଙ୍କ ସମେତ ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ସଭାରେ ଦିବଂଗତ ଡାକ୍ତର ବେହେରାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.