Home ଜିଲ୍ଲା ପରିକ୍ରମା ଡାଇଭରସନ ପାଲଟିଛି ମରଣ ଯନ୍ତା

ଡାଇଭରସନ ପାଲଟିଛି ମରଣ ଯନ୍ତା

67

ବାହାନଗା,୯ା୧୦(ଭାରତୀ ଦାସ/ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜ ପଥ ନାୟକ ବନ୍ଧ ଠାରୁ ଗଉଡ଼ୁଣୀ ପୋଖରୀ ପର୍ଯ୍ୟନ୍ତ ଡାଇଭରସନ ପାଲଟିଛି ମରଣ ଯନ୍ତା । ପ୍ରାୟତଃ ପ୍ରତ୍ୟୋକ ଦିନ ଏହି ଡାଇଭରସନରେ ଦୁର୍ଘଟଣା ଘଟୁଛି ଫଳରେ ବହୁ ଜୀବନ ଚାଲିଯିବା ସହ ବହୁ ଧନ କ୍ଷୟକ୍ଷତି ଘଟୁଛି । ସୂଚନା ଯୋଗ୍ୟ ଜାତୀୟ ରାଜପଥ ସଂପ୍ରସାରଣ ସହ ନାୟକବନ୍ଦ, ବାରିକପୁର ହାଟ, ବେଗୁନିଆ, ନୂଆପଡ଼ା ଓ ଖନ୍ତାପଡ଼ା ଥାନା ନିକଟରେ ଗଳାପୋଲ ପାଇଁ ସରକାରଙ୍କର କାର୍ଯ୍ୟା ଦେଶ ଅନୁସାରେ କାର୍ଯ୍ୟ ଚାଲୁ ଅଛି । ଏହି କାର୍ଯ୍ୟ ୧୦ମାସରୁ ଉର୍ଦ୍ଧ ହୋଇ ଥିଲେବି ଗୋଟିଏ ପାଖ କାର୍ଯ୍ୟ ସରି ପାରୁନି । ଫଳରେ ନିର୍ମାଣ ହେଉଥିବା ଗଳା ପୋଲ ନିକଟରେ ଡାଇଭରସନ ହୋଇଛି । ତେବେ କରୋଣା ମହାମାରୀ ଆସିବା ପରେ ଦୁଇଚକିଆ ଯାତାୟତ ଓ ଚାରିଚକିଆ ଯାତାୟତ ବୃଦ୍ଧି ହୋଇଛି । ଫଳରେ ସବୁ ସମୟରେ ଗାଡ଼ିର ବ୍ୟବହାର ଏବଂ ବେପରୁଆ ଗାଡ଼ି ଚାଳନାରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଆରୋହୀ । ତା ସାଙ୍ଗକୁ ମାଲବାହୀ ଗାଡ଼ି ସଂଖ୍ୟା ମଧ୍ୟ ବଢିଛି । ଫଳରେ ଡାଇଭରସନ ଗୁଡ଼ିକରେ ବହୁତ ଦୁର୍ଘଟଣା ଦେଖିବାକେୁ ମିଳୁଛି । ଏହା ସହ ବସ, ଟ୍ରକ ବାଇକ , କାର ଓନ୍ୟାନ୍ୟ ଦ୍ରୁତଗାମୀ ଗାଡ଼ି ବିଭିନ୍ନ ଡାଇଭରସନରେ ବହୁବାର ଦୁର୍ଘଟଣା ହେବାର ନଜରକୁ ଆସିଛି । ପୁଣି କେଉଁ ଡାଇଭରସନ ସାଇଡ଼ରେ ଗାତ ହୋଇ ପାଣି ଜମିବା ନଜରକୁ ଆସୁଛି । ତେଣୁ ଏହି କାର୍ଯ୍ୟ ଶିଘ୍ର ସମାପଦନ କରାଯାଇ ପାରିଲେ ଦୁର୍ଘଟଣା ଦ୍ରାସ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବାର ଜଣାପଡ଼ିଛି । ତା ସହ ନ୍ୟାସନାଲ ହାଇୱେ ଅଥରଟି ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ଦାବୀ ଉଠିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.