Home ଓଡ଼ିଶା ଡଲାର ବିନିମୟ ମୂଲ୍ୟରେ ଭାରତୀୟ ମୁଦ୍ରା ୧୨ ପଇସା ଶକ୍ତିଶାଳୀ

ଡଲାର ବିନିମୟ ମୂଲ୍ୟରେ ଭାରତୀୟ ମୁଦ୍ରା ୧୨ ପଇସା ଶକ୍ତିଶାଳୀ

92

ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଟଙ୍କା ଡଲାର ବିନିମୟ ମୂଲ୍ୟରେ ଶକ୍ତିଶାଳୀ ହୋଇଛି। ଗତକାଲି ଅପେକ୍ଷା ଆଜି ମୁଦ୍ରା ବିନିମୟରେ ୧୨ ପଇସା ଅଧିକ ଶକ୍ତିଶାଳୀ ଦେଖିବାକୁ ମିଳିଛି। ଆଜିର ଡଲାର ବିନିମୟରେ ୭୩.୦୫ ଟଙ୍କା (ଅସ୍ଥାୟୀ) କୁ ଉନ୍ନତ ହୋଇଥିବା ଜଣାପଡ଼ିଛି। ଆନ୍ତଃ ବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଆମେରିକୀୟ ଡଲାର ତୁଳନାରେ ୭୩.୧୧ ରେ ଟଙ୍କା ଖୋଲିଥିବା ବେଳେ ଦିନିକିଆ କାରବାର ସମୟରେ ୭୩.୦୫ ସର୍ବନିମ୍ନ ୭୩.୧୪ ସର୍ବାଧିକ ଛୁଇଁଥିଲା। ଟଙ୍କାର ବିନିମୟ ମୂଲ୍ୟ ଶେଷରେ ୭୩.୦୫ ରେ ସ୍ଥିର ହୋଇଥିଲା। ପୂର୍ବ ଦିନର ଅନ୍ତିମ ବିନିମୟ ମୂଲ୍ୟ ତୁଳନାରେ ଏହା ଟଙ୍କାରେ ୧୨ ପଇସା ବୃଦ୍ଧି ହୋଇଥିବା ଦର୍ଶାଉଛି। ମଙ୍ଗଳବାର ଦିନ ଡଲାର ପିଛା ୭୩.୧୭ ଟଙ୍କାରେ ବନ୍ଦ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.