Home ଜିଲ୍ଲା ପରିକ୍ରମା ଡକାୟତି ଉଦ୍ୟମ କରି ଦୁଇ ଗିରଫ

ଡକାୟତି ଉଦ୍ୟମ କରି ଦୁଇ ଗିରଫ

52

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରାଣୀଗଡିଆ ଗ୍ରାମରୁ ଦୁଇଜଣ ସନ୍ଦିଗ୍‌ଧ ଯୁବକଙ୍କୁ ଗ୍ରାମବାସୀମାନେ ବିଳମ୍ବିତ ରାତ୍ରରେ ଧରି ପୁଲିସ ଜିମା ଦେଇଥିବା ଜଣାଯାଇଛି । ସେମାନଙ୍କୁ ନିକଟରୁ ଓଡି ୨୨ ଏଚ ୪୩୬୦ନଂ ବିଶିଷ୍ଟ ଏକ ସ୍କୁଟି, ଗୋଟିଏ ଲୁହା ରଡ, ଦୁଇଟି ଛୁରୀ ଓ ଗୋଯିଏ ମୋବାଇଲ ଫୋନ ଜବତ କରାଯାଇଛି । ଏ ସମ୍ପକରେ ଥାନାରେ ୧୩୯/୨୧ନଂ ମାମଲା ଋଜୁ ହୋଇଛି । ଗ୍ରାମରୁ ନିୟମିତ ଭାବେ ସଙ୍କିର୍ତ୍ତନ ଦଳଙ୍କୁ ପରିବହନ କରି ଫେରୁଥିବା ଟାଟା ଏସି ଗାଡିର ଚାଳକ ରାତ୍ର ପ୍ରାୟ ୧୨ ଟା ସମୟରେ ଗ୍ରାମକୁ ଫେରି ଏହି ଯୁବକଙ୍କୁ ଗାଁ ମୁଣ୍ଡ କଲର୍ଭଟ ଉପରେ ରଡ ଧରି ଶୋଇଥିବା ଦେଖିଥିଲେ । ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀମାନେ ମୁକ୍ତିକାନ୍ତ ସାହୁଙ୍କ ନେତୃତ୍ୱରେ ମିଳିତ ଭାବେ ଚଡାଉ କରି ଦୁଇ ଜଣଙ୍କୁ କାବୁ କରି ନେଇଥିଲେ । ପଚରାଉଚରା ବେଳେ ସେମାନେ ତ୍ରୁଟିପୂର୍ଣ୍ଣ ଠିକଣା କହଥିଲେ । ଗ୍ରାମବାସୀମାନେ ସନ୍ଦେହ କରି ସେମାନଙ୍କ ସ୍କୁଟିଖୋଲି ଡିକିରେ ଦୁଇଟି ଛୁରୀ ଥିବା ଦେଖିଥିଲେ । ଏ ସମ୍ପର୍କରେ ଥାନାକୁ ଜଣାଇ ଦିଆଯାଇଥିଲା । ଦିନ ସମୟରେ ଏହି ଯୁବକମାନେ ଗ୍ରାମକୁ ଆସି ବୁଲାବୁଲି କରୁଥିଲେ ବୋଲି ଗ୍ରାମବାସୀମାନେ ପୁଲିସକୁ ଜଣାଇଥିଲେ । ପୁଲିସ ଉଭୟଙ୍କୁ ଥାନାକୁ ଆଣିଥିଲା । ଡକାୟତ ଉଦ୍ଦେଶ୍ୟରେ ସେମାନେ ଆସିଥିଲେ ବୋଲି ଥାନାରେ ମାନି ଯାଇଥିଲେ । ଧାମନଗର ଥାନା ଦେହୁଡିଆନନ୍ଦପୁର ଗ୍ରାମର ଉମାକାନ୍ତ ନାଥ ଓ କୈଳାସ ପୃଷ୍ଟି ବୋଲି ସନ୍ଦିଗ୍‌ଧଙ୍କ ପରିଚୟ ମିଳିଥିଲା । ଗ୍ରାମବାସୀ କେଦାର ସାହୁଙ୍କ ଅଭିଯୋଗ ମୂଳେ ମାମଲା ଋଜୁ ହୋଇ ଉଭୟଙ୍କୁ ଗିରଫ କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.