Home କନ୍ଧମାଳ ଡକରବାଡି ଅଗ୍ନି ବିପନ୍ନ ମିଥୁନଙ୍କୁ ସହାୟତା କଲେ ବ୍ଲକ ଅଧ୍ୟକ୍ଷା

ଡକରବାଡି ଅଗ୍ନି ବିପନ୍ନ ମିଥୁନଙ୍କୁ ସହାୟତା କଲେ ବ୍ଲକ ଅଧ୍ୟକ୍ଷା

53

ବାଲିଗୁଡା, ୧୫/୧୦-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନାର ସିମନବାଡି ପଞ୍ଚାୟତ ଡକରବାଡି ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟି ଘଟି ମିଥୁନ ଦିଗାଲଙ୍କ ଘରେ ନିଆଁ ଲାଗିଯାଇଥିଲା। ଘରେ ନିଆଁ ଲାଗିଯିବା ଫଳରେ ଘରଟି ସମ୍ପୂର୍ଣ ନଷ୍ଟ ହୋଇଯାଥିବା ବେଳେ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଯାହା ଫଳରେ ମିଥୁନ ଦିଗାଲଙ୍କ ପରିବାର ସମ୍ପୂର୍ଣ୍ଣ ବାସହରା ହୋଇ ଯାଇଥିଲେ। ଏହି ଘଟଣାକ୍ରମେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକ ଅସହାୟ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି। ସେ ମିଥୁନ ଦିଗାଲଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ପିନ୍ଧିବା ପାଇଁ ଲୁଗା ପଟା, ଶୀତ ବସ୍ତ୍ର ସହିତ ଚାଉଳ, ଡାଲି ଆଦି ଖାଦ୍ୟ ସାମଗ୍ରୀ ଏବଂ ନଗଦ ୫ହଜାର୨ଶହ ଆର୍ଥିକ ସହାୟତା କରିଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ ସହିତ ତାଙ୍କ ସାଥିରେ ସିମନବାଡି ସମିତି ସଭ୍ୟା ଟୁନି ମୁଖୀ, ଗ୍ରୀନବାଡି ସମିତିସଭ୍ୟ ପ୍ରକାଶ ପ୍ରଧାନ, କାଳୀପ୍ରସାଦ ମଲ୍ଲିକ, ସନ୍ତୋଷ ଦିଗାଲ, ପ୍ରଭାକର ପ୍ରଧାନ, ସରଶିଳା ପ୍ରଧାନ ଏବଂ ତିଆଡ଼ି ନାୟକ ପ୍ରମୁଖ ସାମିଲ ହୋଇଥିଲେ। ବ୍ଲକ ଅଧ୍ୟକ୍ଷା ମିଥୁନଙ୍କ ପରିବାରକୁ ସହାୟତା କରିଥିବାରୁ ମିଥୁନଙ୍କ ପରିବାରବର୍ଗ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ପ୍ରକାରେ ମିଥୁନଙ୍କ ଘରେ ନିଆଁ ଲାଗିଯିବା କାରଣରୁ ଘରେ ଥିବା ନଗଦ ୨୦ ହଜାର ଟଙ୍କା, ୧୦ ବସ୍ତା ଧାନ, ୨ବସ୍ତା ଚାଉଳ, ସୁନା, ରୁପା, ଲୁଗାପଟା ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.