Home ଓଡ଼ିଶା ଟ୍ରକ ମାଲିକଙ୍କ ଆନ୍ଦୋଳନ ୫ମ ଦିନରେ, ପ୍ରଶାସନର ଏଯାଏଁ ଦେଖାନାହିଁ

ଟ୍ରକ ମାଲିକଙ୍କ ଆନ୍ଦୋଳନ ୫ମ ଦିନରେ, ପ୍ରଶାସନର ଏଯାଏଁ ଦେଖାନାହିଁ

370

ଯୋଡା, ୦୯/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟ୍ରକ ମାଲିକ ସଂଘର ଆନ୍ଦୋଳନ ଶୁକ୍ରବାର ୫ମ ଦିନରେ ପହଞ୍ଚିଛି । ସେମାନେ ପି.ଏମ୍‌.ପି. ଖଣି ମଧ୍ୟରେ ଟେଣ୍ଟ ମାରି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିରହିଥିବା ବେଳେ ଆଜିକୁ ୫ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ଶୁଣିବାକୁ ଆସିନଥିବା ଟ୍ରକ ମାଲିକମାନେ ଆଜି ଏକ ପ୍ରେସ ମିଟ୍‌ରେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ସେମାନେ ଧାରଣାରେ ବସିବାର ପ୍ରଥମ ଦିନ ଏକ ପୁଲିସ ଭ୍ୟାନ ଧାରଣା ସ୍ଥଳ ବୁଲି ପଳେଇଥିବା ବେଳେ ଏପର୍ଯ୍ୟନ୍ତ ଆଉ କାହାରିକୁ ଦେଖିବାକୁ ମିଳିନାହିଁ । ସୂଚନା ଯୋଗ୍ୟ, କାଶ୍‌ଭି ଇଣ୍ଟରନ୍ୟାସନାଲ ପ୍ରାଃ ଲିଃ ନାମକ ଏକ ଖଣି ସଂସ୍ଥା ଜରିବାହାଲ ସ୍ଥିତ ପି.ଏମ୍‌.ପି. ଖଣିଟିକୁ ନୂତନ ଭାବେ ଲିଜ୍ ନେବା ପରେ ଗାଡି ମାଲିକଙ୍କ ପ୍ରତି ତାଙ୍କର ଦମନଲୀଳା ଚଳାଇଆସିଛନ୍ତି । ପ୍ରଶାସନୀକ ଅଧିକାରୀଙ୍କୁ ହାତବାରିସୀ କରି ଟ୍ରକ ମାଲିକଙ୍କ ଅଭିଯୋଗକୁ ପ୍ରତ୍ୟାଖାନ କରିବା ସହ ବାହାରୁ ବଡ ବଡ ଟ୍ରକ ଆଣି ନିଜର ପରିବହନ କାର୍ଯ୍ୟ ଚଳାଇ ଆସୁଥିବା ବେଳେ ମାଇନିଙ୍ଗ ଏରିଆ ଟ୍ରକ ୱନର୍ସ ଆସୋସିଏସନ୍ (ମାଟୋଆ) ଟ୍ରକକୁ ସମ୍ପୃକ୍ତ ଖଣିରେ କାର୍ଯ୍ୟ ନଦେବା ଭଳି ନିଷ୍ପତି ଗ୍ରହଣ କରିଛନ୍ତି ଯାହା ଟ୍ରକ ମାଲିକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଏ ନେଇ ବାରମ୍ବାର ଟ୍ରକ ମାଲିକମାନେ ପ୍ରଶାସନକୁ ଜଣାଇବା ପରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ବାଧ୍ୟ ହୋଇ ଟ୍ରକ ମାଲିକମାନେ ୫ ତାରିଖ ଠାରୁ ଧାରଣାରେ ବସି ରହିଛନ୍ତି । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ୨୮ଶହରୁ ଉର୍ଦ୍ଧ୍ୱ ଯୋଡା-ବାମେବାରୀ ଅଞ୍ଚଳର ଟ୍ରକକୁ ନେଇ ମାଇନିଙ୍ଗ ଏରିଆ ଟ୍ରକ ୱନର୍ସ ଆସୋସିଏସନ୍ (ମାଟୋଆ) ନାମକ ଏକ ସଂଘ ଗଠନ କରି ଟ୍ରକ ମାଲିକମାନେ ସେମାନଙ୍କ ପ୍ରତି ପୂର୍ବରୁ ହୋଇଆସୁଥିବା ଅନ୍ୟାୟର ମୁକାବିଲା କରିବା ସହ ଟ୍ରକ ମାଲିକଙ୍କ ବହୁବିଦ୍ଧ ସମସ୍ୟା ସମାଧାନ କରି ସୁରୁଖୁରୁରେ ପରିବହନ କାର୍ଯ୍ୟ ତୁଲାଇଆସୁଛନ୍ତି । ଏହି ସଂଘରେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ ୫୦ ହଜାରରୁ ଉର୍ଦ୍ଧ ଲୋକ ନିର୍ଭରଶୀଳ । ତେବେ କାଶ୍‌ଭି ଇଣ୍ଟରନ୍ୟାସନାଲ ପ୍ରାଃ ଲିଃ ନାମକ ଏକ ଖଣି କମ୍ପାନୀ ସିରାଜ୍ଜୁଦ୍ଧିନ, ଇନ୍ଦ୍ରାଣୀ ପଟ୍ଟନାୟକ, ପି.ଏମ୍‌.ପି., ରୁଙ୍ଗଟା, ଡି.ଆର. ପଟ୍ଟନାୟକ ଆଦି ଖଣିରୁ ନରଣପୁର ନିଜ କାରଖାନାକୁ ଏହି ସଂଘ ମାଧ୍ୟମରେ ଲୁହାପଥର ପରିବହନ କରିଆସୁଥିଲେ । ତେବେ ସେ ନିକଟରେ ଜରିବାହାଲ ଲୌହ ଖଣିକୁ ଲିଜ୍ ପାଇବା ପରେ ଏହି ଖଣିରୁ ଜୋର ଜବରଦସ୍ତ ବାହାରୁ ବଡ ବଡ ଟ୍ରକ ଆଣି ପରିବହନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଫଳରେ ଏହି ସଂଘର ଟ୍ରକ ମାଲିକମାନେ କାମଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି । ୠଣ କରି କିଣିଥିବା ଏହି ଟ୍ରକ ଗୁଡିକର କିସ୍ତି ଦେବାକୁ ସେମାନେ ଅସମର୍ଥ ହୋଇପଡିଛନ୍ତି । ନୂତନ ଖଣି କମ୍ପାନୀ କାଶ୍‌ଭି ଇଣ୍ଟରନ୍ୟାସନାଲ ଏହି ଟ୍ରକ ଗୁଡିକ ମଧ୍ୟ ସଂଘରେ ପଞ୍ଜିକୃତ କରିନଥିବା ବେଳେ ଏ ସଂକ୍ରାନ୍ତରେ ମାଟୋଆ ସହିତ ଆଲୋଚନା ମଧ୍ୟ କରିନଥିବା ସଂଘ ଅଭିଯୋଗର ସମ୍ପାଦକ ସତ୍ୟପ୍ରୀୟ ବାରିକ୍ କ୍ଷୋଭର ସହ ଗଣମାଧ୍ୟମରେ କହିଛନ୍ତି । ବାରମ୍ବାର ଏହି ଖଣି କମ୍ପାନୀକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ସଂଘ ସହ କୌଣସି ପ୍ରକାରର ଆଲୋଚନା କରିବାକୁ ଆଗ୍ରହୀ ନଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ମାଟୋଆର ସଭାପତି ଚତୁର୍ଭୁଜ ପଲେଇ କେନ୍ଦୁଝର ଜିଲ୍ଲାପାଳ, ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକ, ଯୋଡା ପୁଲିସ, ବାମେବାରୀ ପୁଲିସ ଏବଂ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସୂଚନା ଦେଇଛନ୍ତି । ଖଣି ପରିସର ମଧ୍ୟରେ ଦିଆଯାଇଥିବା ଏହି ଆନ୍ଦୋଳନ ଟ୍ରକ ମାଲିକଙ୍କ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଜାରିରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଯଦି ପ୍ରଶାସନ ସେମାନଙ୍କ ଦାବିକୁ ବିଚାରକୁ ନନେଇ ଏହିପରି ଦିନ ଗଢାଇଚାଲନ୍ତି ତେବେ ସେମାନେ ଯେ କୌଣସି ଚରମପନ୍ଥା ଅବଲମ୍ବନ କରିବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.