Home କେନ୍ଦୁଝର ଟୁକୁଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଟୁକୁଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

68

ହାଟଡ଼ିହି-୩ /୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ଟୁକୁଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କାୟାକଳ୍ପ ଯୋଜନା ଅନ୍ତର୍ଗତ ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରାଧାପ୍ରସାଦ ମିଶ୍ର ଓ ଆୟୁଷ ଡାକ୍ତର ପ୍ରୀୟମ୍ବଦା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟୁକୁଣା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ଓ ରଚନା ଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହେବାସହ ସ୍କୁଲ ପରିସର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ କୁଇଜ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଗାଁ କଲ୍ୟାଣ ସମିତି ମାଧ୍ୟମରେ ଟୁକୁଣା ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀଙ୍କ ଦ୍ୱାରା ଡାକ୍ତରଖାନା ପରିସର ସଫେଇ କରାଯାଇଥିଲା । ସ୍ୱାସ୍ଥ୍ୟ ହିଁ ସମ୍ପଦ, ନିଜେ ପରିସ୍କାର ପରିଛନ୍ନ ରହିବାସହ ଗାଁ ଓ ପରିବେଶକୁ ସ୍ୱଚ୍ଛ ରଖିବାକୁ ଜନସଚେତନତା କରାଯାଇଥିଲା । ଏଥିରେ ଫାର୍ମସିଷ୍ଟ ପ୍ରଫୁଲ କୁମାର ଜେନା, ସୁପରଭାଇଜର ଭାଗିରଥି ଦାସ, ଷ୍ଟାଫ ନର୍ସ ଷିଳ୍ପା ସ୍ୱାଇଁ, ଲକ୍ଷ୍ମୀପ୍ରୀୟା ପଣ୍ଡା, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଲୋକନାଥ ଜେନା, ଦେବେନ୍ଦ୍ର ଜେନା, କର୍ମଚାରୀ ରବିନ୍ଦ୍ର ଦାସ, ସଂଗ୍ରାମ କେଶରୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.