Home ଜିଲ୍ଲା ପରିକ୍ରମା ଟିପ୍ପର ଓନର୍ସ ୟୁନିଟି ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଟିପ୍ପର ଓନର୍ସ ୟୁନିଟି ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ

5

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖଣିଜ ଦ୍ରବ୍ୟ ପରିବହନରେ ବେଆଇନ୍ ଜରିମାନା କରାଯାଉଥିବା ପ୍ରତିବାଦରେ ଆଜି ଯାଜପୁର, ଭଦ୍ରକ ଓ ବାଲେଶ୍ୱର ମିଳିତ ସମନ୍ୱୟ କମିଟି ଟିପ୍ପର ଓନର୍ସ ୟୁନିଟି ପକ୍ଷରୁ ଜିଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ କରାଯାଇଛି। କମିଟିର ଅଭିଯୋଗ ହେଲା ବିଗତ ଦିନରେ ଏହିଭଳି ପ୍ରଶାସନିକ ଜୁଲମର ଶୀକାର ହୋଇ ଆନ୍ଦୋଳନ କରାଯାଇଥିଲା। ଜିଲା ପ୍ରଶାସନର ମୌଖିକ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ କମିଟି ଆନ୍ଦୋଳନ ପ୍ରତ୍ୟାହାର କରିଦେଇଥିଲା। କିନ୍ତୁ ଟିପ୍ପର ଓନର୍ସମାନଙ୍କ ଦୁଃଖ ଲାଘବ ହେଲାନାହିଁ, ବରଂ ପ୍ରଶାସନର ମୋଟାଅଙ୍କର ଜରିମାନା ସହ କେଶ୍ ଲଗାଇ ଅଧିକ ଜୁଲମର ଶୀକାର ହେବାକୁ ପଡିଲା। ଗାଡି ବ୍ୟବସାୟୀଙ୍କ ପ୍ରତି ପ୍ରଶାସନିକ ଅଧିକାରୀମାନଙ୍କ ବୈମାତୃକ ମନୋଭାବ ଗାଡି ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରିପକାଇଛି ବୋଲି ଟିପ୍ପର ମାଲିକ ୟୁନିଟ୍ ପକ୍ଷରୁ ଜିଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଆସନ୍ତାକାଲି ଅର୍ଥାତ୍ ୧୨ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରାନଗଲେ ଲଘୁ ଖଣିଜ ପଦାର୍ଥ ପରିବହନରେ ଗାଡି ନିୟୋଜିତ କରାଯିବ ନାହିଁ ବୋଲି ମିଳିତ ସମନ୍ୱୟ କମିଟି ଟିପ୍ପର ମାଳିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ କମିଟିର ସଭାପତି ସୁରେଶ ଚନ୍ଦ୍ର ନାୟକ, ସଂପାଦକ ପ୍ରଫୁଲ୍ଲ କର, ରମେଶ ନାୟକ, ଗୌତମ କୁମାର ରାଉତ, ଇଲିୟାସ ଅଲ୍ଲୀ ଖାଁ, ନିତ୍ୟାନନ୍ଦ ନାୟକ, ଜିତେନ୍ଦ୍ର ସାହୁ, ପୀତାମ୍ବର ପାତ୍ର, ହିମାଦ୍ରୀ ପୁହାଣ, ଆଲୋକ ଦାସ, ଲକ୍ଷ୍ମଣ ପାତ୍ର, ଦୋଳଗୋବିନ୍ଦ ପାତ୍ର, ସରୋଜ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ପରେ କମିଟିର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.