Home ଜିଲ୍ଲା ପରିକ୍ରମା ଟିପର ବାଇକ ମୁହାଁମୁହିଁ ଧକ୍କାରେ ସ୍ୱାମୀ ସ୍ତ୍ରୀ ଙ୍କ ମୃତ୍ୟୁ

ଟିପର ବାଇକ ମୁହାଁମୁହିଁ ଧକ୍କାରେ ସ୍ୱାମୀ ସ୍ତ୍ରୀ ଙ୍କ ମୃତ୍ୟୁ

42

ମାଲକାନଗିରି,୧୧ା ୧ (ଓଡିଆ ପୁଅ ) ମାଲକାନଗିର ବାଲିମେଳା ମୁଖ୍ୟରାସ୍ତାରେ ଟିପର ବାଇକ ମୁହାଁ ମୁହିଁ ଧକ୍କାରେ ବାଇକରେ ଯାଉଥିବା ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟାରେ କୋରକୁଣ୍ଡା ପାଶ୍ୱର୍ରୁ ମାଲକାନଗିରି ଅଭିମୁଖେ ଏକ ଟିପର ଦୃତ ଗତିରେ ଆସୁଥିବା ବେଳେ ମାଲକାନଗିରି ଠାରୁ ବାଲିମେଳା ଅଭି ମୁଖେ ଯାଉଥିବା ଏକ ବାଇକ କୋରକୁଣ୍ଡା ଶୁଳିଆ କଲୋନୀ ଘାଟି ରାସ୍ତାରେ ମୁହାଁ ମୁହିଁ ଧକ୍କାଲାଗି ଯାଇଥିଲା । ଟିପର ଧକ୍କାରେ ବାଇକରେ ବସିଥିବା ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଗୁରୁତର ଭାବେ ଆହତ ହୋଇ ଦୁରକୁ ଛିଟିକି ପଡିଥିବା ବେଳେ ଟିପର ଗାଡି ଚାଳକ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ନିକଟସ୍ଥ ଗ୍ରାମବାସୀ ଓ କିଛି ବାଟୋଇ ପହଁଚି ଆହତ ସ୍ୱାମୀ ସ୍ତ୍ରୀ ଙ୍କୁ ଉଦ୍ଧାର କରିଥିଲେ, ୧୦୮ ଆମ୍ବୁଲାନ୍ସ ଓ ଥାନାକୁ ଫୋନ କରିବାରୁ ଘଟଣା ସ୍ଥଳରେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ ସଦଳବଳ ପହଁଚି ଗୁରୁତର ଆହତ ଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଆହତ ସ୍ୱାମୀ ସ୍ତ୍ରୀ ଦୁହିଙ୍କର ହସପିଟାଲରେ ଚିକିତ୍ସା ଧିନ ଅବସ୍ଥାରେ ମୃୁତ୍ୟୁ ଘଟିଛି । ପୁଲିସ ଟିପର ଓ ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୃତ ଦୁଇଜଣଙ୍କର ନିଜ ଘର ଏମଭି ୭୯ ଥାନାସ୍ଥ ଏମଭି ୭୫ ଗ୍ରାମର ଭବେଶ ସିକଦାର(୫୫) ଓ ତାଙ୍କ ପତ୍ନୀ କଳ୍ପନା ସିକଦାର(୫୨) ବୋଲି ଜଣାପଡିଛି । ଏମଭି୭୫ ଗ୍ରାମରୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ତାଙ୍କ ସଂପର୍କିୟ ଙ୍କଘର ଏମଭି୧୦୮ ଗ୍ରାମକୁ ଯାଉଥିଲେ । କୋରକୁଣ୍ଡା ସୁଳିଆ କଲୋନି ନିକଟରେ ଟିପର ସହିତ ମୁହାଁମୁହିଁ ଧକ୍କାଲାଗିବାରୁ ସେମାନରଙ୍କ ମୃତ୍ୟୁ ଘଠିଛି । ପୁଲିସ ହସପିଟାଲରେ ପହଁଚି ସ୍ୱାମୀ ସ୍ତ୍ରୀ ଙ୍କର ମୃତ ଶରୀର ଜବତ ସହ ତାଙ୍କ ପରିବାର ଙ୍କୁ ଜଣାଇ ଶବ ବ୍ୟବଛେଦ ନିମନ୍ତେ ପାଠାଇ ଛନ୍ତି । ରାତ୍ର ହୋଇଯାଇ ଥିବାରୁ ଆସନ୍ତାକାଲି ଶବ ବ୍ୟବଛେଦ ପରେ ମୃତଙ୍କ ପରିବାରଙ୍କୁ ସ୍ୱାମୀ ସ୍ତ୍ରୀ ଙ୍କ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.