Home ଜିଲ୍ଲା ପରିକ୍ରମା ଟିକିରା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

ଟିକିରା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

13

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବଡମହିଷଗୋଠ ପଚାଂୟତ ନରାଜପୁର କ୍ଲଷ୍ଟର ଅଧିନ ସରକାରୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଟିକିରା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ସରପଂଚ ବିନୋଦିନୀ ମହାନ୍ତି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶିକ୍ଷକ ପଚାଂନନ ପୃଷ୍ଟିଙ୍କ ମଚଂ ପରିଚାଳନା, ପ୍ରଧାନଶିକ୍ଷକ ଅମରେନ୍ଦ୍ର କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ବିଜୟିନୀ ସ୍ୱାଇଁ ଗୁଣାତ୍ମକ ଶିକ୍ଷାର ବିକାଶ ସହିତ ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାରେ ସୁରଭି ଏକ ମୁଖ୍ୟ ମାଧ୍ୟମ ବୋଲି କହିଥିଲେ । ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପଲାଇ, ଅବସରପ୍ରାପ୍ତ ଶିକ୍ଷକ ପଙ୍କଜିନୀ ଶତପଥି, ସୁମତୀ ମାଝୀ, ପ୍ରଣୟ କୁମାର ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ମୋ ସ୍ୱପ୍ନର ଓଡିଶା ମିଶନକୁ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ସାକାର ରୂପ ଦେବା ନେଇ ମତବ୍ୟକ୍ତ କରିଥିଲେ । ଏହି କ୍ଲଷ୍ଟର ଅଧିନ ୧୦ ଟି ବିଦ୍ୟାଳୟରୁ ମୋଟ୍ ୧୫୦ ଜଣ ଛାତ୍ରଛାତ୍ରଙ୍କୁ ନେଇ ସଙ୍ଗୀତ, ନୃତ୍ୟ, ବକ୍ତତା, ଚିତ୍ରକଳା, କୁଇଜ୍‌, ପି.ଏମ୍‌.ପୋଷଣ ଆଦି ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ମେଡାଲ୍ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଉର୍ମିଳା ପାଣିଗ୍ରାହୀ, ପାର୍ବତୀ ସେଠୀ, ରୁକ୍‌ସାନା ଖାତୁନ୍‌, ରଶ୍ମିତା ରଣା, ରାଜଲକ୍ଷ୍ମୀ ମହାନ୍ତି, ଗୌରୀଶଙ୍କର ସରୋଜ ଜେନା, ଗଦାଧର ଜେନା, ଶରତ ପାଣିଗ୍ରାହୀ, ଅଲେଖ ଚନ୍ଦ୍ର ନାଇକ, ରମେଶ ଚନ୍ଦ୍ର ତ୍ରିପାଠୀ, ମନିସା ସେଠୀ, ବିଣାପାଣୀ ଦାଶ, ଶୁଷମା ଜେନା, ଶରତ ଚନ୍ଦ୍ର ଦାସ, ଇସମାଇଲ୍ ସା, ଦୀପକ ପ୍ରଧାନ, ଉଦୟ କୁମାର ଶତପଥି, ରମାକାନ୍ତ ପରିଡା,ବଟ୍ଟକୃଷ୍ଣ ଜେନା, ମନିସା ସେଠୀ,ସସ୍ମିତା ମହାକୁଡ ପ୍ରମୁଖ ସହଯୋଗ କରିଥିଲେ । ପାଚିକା ପୂଜାରାଣୀ ବେହେରା, ସୁନିତା ମଲ୍ଲିକ୍‌, ଝରଣା ଦାସ ଖାଦ୍ୟ ପରିବେଷଣ ଦାୟିତ୍ୱ ତୁଲାଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.