Home କେନ୍ଦୁଝର ଝାଡଖଣ୍ଡରୁ ଅପହୃତ ନାଁ ବାଳିକା ମନୋହରପୁରରୁ ଉଦ୍ଧାର

ଝାଡଖଣ୍ଡରୁ ଅପହୃତ ନାଁ ବାଳିକା ମନୋହରପୁରରୁ ଉଦ୍ଧାର

151

ହାଟଡ଼ିହି, ୧୧ । ୧୦ :(ଓଡିଆପୁଅ/ବିକାଶ ବିଶ୍ୱାଳ) ଝାଡଖଣ୍ଡରୁ ଅପହରଣ କରିଆଣିଥିବା ଜଣେ ନା ବାଳିକାକୁ ଝାଡଖଣ୍ଡ ପୁଲିସ ନନ୍ଦିପଦା ପୁଲିସ ସହଯୋଗରେ ଉଦ୍ଧାର କରିଛି । ଖବରରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ଶାଳଣିଆଁ ପଞ୍ଚାୟତ ମନୋହରପୁର ଗ୍ରାମର ପ୍ରଶାନ୍ତ ଲେଙ୍କାଙ୍କ ପୁଅ ସାଇରଞ୍ଜନ ଲେଙ୍କା ଫେସବୁକ ମାଧ୍ୟମରେ ଝାଡଖଣ୍ଡ ରାଜ୍ୟ ଗିରିଡି ଜିଲ୍ଲା ମୁକ୍ତାସିର ଥାନା ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ଝିଅକୁ ଭଲ ପାଇବସିଥିଲା । ଉଭୟଙ୍କ ଭିତରେ ସମ୍ପର୍କ ନିବିଡ ହେବାପରେ ଗତ ୮ତାରିଖ ଦିନ ଝାଡଖଣ୍ଡ ଯାଇ ଉକ୍ତ ନାବାଳିକାକୁ ଧରି ଘରକୁ ପଳାଇ ଆସିଥିଲା । ଏନେଇ ନା ବାଳିକାଙ୍କ ପରିବାର ଲୋକେ ଜାଣିବାପରେ ନାବାଳିକାର ବାପା ମୁକ୍ତାସିର ଥାନାରେ ଅଭିଯୋଗ କରିଥିଲେ । ମୁକ୍ତାସିର ଥାନା ପୁଲିସ ଆଜି ନନ୍ଦିପଦାରେ ପହଞ୍ଚି ନନ୍ଦିପଦା ପୁଲିସ ସହଯୋଗରେ ମନୋହରପୁର ଗ୍ରାମର ସାଇରଞ୍ଜନଙ୍କ ଘରେ ଚଢ଼ାଉ କରି ନାଁ ବାଳିକାକୁ ଉଦ୍ଧାର କରିଥିଲା । ସାଇରଞ୍ଜନ ପୁଲିସକୁ ଚକମା ଦେଖାଇ ଫେରାର ହୋଇଯିବାରେ ସକ୍ଷମ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.