Home ଜିଲ୍ଲା ପରିକ୍ରମା ଝରୀଗାଁ ବ୍ଲକର ଗାଁ ସାଥୀ ମେଟ ସଙ୍ଘ ଦ୍ୱାରା ବିଡିଓଙ୍କୁ ୫ଦଫା ଦାବିପତ୍ର ପ୍ରଦାନ

ଝରୀଗାଁ ବ୍ଲକର ଗାଁ ସାଥୀ ମେଟ ସଙ୍ଘ ଦ୍ୱାରା ବିଡିଓଙ୍କୁ ୫ଦଫା ଦାବିପତ୍ର ପ୍ରଦାନ

43

ନବରଙ୍ଗପୁର ୨୮/୦୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) -ଆଜି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ଗାଁ ସାଥୀ ମେଟସଙ୍ଘ ଝରୀଗାଁ ତହସିଲ ଅଫିସ ସମ୍ମୁଖରୁ ଏକ ରାଲି ରେ ବାହାରି ଝରୀଗାଁ ବ୍ଲକ ଅଫିସ ରେ ପହଂଚି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଓ ଅନଶନ କରି ଝରୀଗାଁ ବିଡିଓ ଙ୍କୁ ଏକ ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି କି ଆମ୍ଭ ଝରୀଗାଁ ବ୍ଲକ ରେ ବିନା କାର୍ଯ୍ୟାଦେଶ ରେ ଓ ଗାଁ ସାଥୀ ମେଟଙ୍କ ଅଜାଣତରେ କାର୍ଯ୍ୟ ସବୁ ହେଉଛି। ଗାଁ ସାଥୀ ମେଟ ତାଙ୍କର ନିଜର ହକ ପ୍ରାପ୍ୟ ପାଉନାହାନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଫାଇଲ ସବୁ ଦପ୍ତର ରେ ନ ଥୋଇ ମଧ୍ୟସ୍ଥି ଙ୍କ ହାତରେ ଦିଆଯାଉଛି। ଏହି ମାସ ରେ ଗତ ତା ୨୪-୦୬-୨୦୨୨ ରିଖ ଦିନ ଝରୀଗାଁ ବ୍ଲକ କାର୍ଯ୍ୟାଳୟ ତରଫରୁ ହେଉଥିବା ଚିଠିର ପୁନଃ ବିଚାର ଓ ସରକାର ଙ୍କ ଚିଠି ଅନୁସାରେ ଜାତୀୟ ଭ୍ରାମ୍ୟମାଣ ଜାଞ୍ଚ କରି ସାବଧାନ କରାଇବା ପ୍ରଣାଳୀ (NMMS) କରିବାକୁ ବାଧ୍ୟ କରାଯାଉଛି, କିନ୍ତୁ କାମ ନଥିବା ହେତୁ କାର୍ଯ୍ୟର NMMS କରିବାକୁ ଅସୁବିଧା ହେଉଥିବା ସମ୍ୱନ୍ଧେ ଦାବିରେ ଜଣେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ମେଟ ସଙ୍ଘ ର ବ୍ଲକ ସଭାପତି ତମ୍ବୁଦାସ ପନକା, ବ୍ଲକ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଣ୍ଡେ, ବ୍ଲକ କୋଷାଧ୍ୟକ୍ଷ ଦେବିସିଂ ହରିଜନ, ମହାଦେବ ମାଝୀ, କୃଷ୍ଣଚନ୍ଦ୍ର ମାଝୀ, ତ୍ରିନାଥ ଧୂରୁଆ, ସନମତି ଭତରା, ହୀରାଦେଇ ମାଝୀ, ତୁଳସୀ ମାଝୀ, ଯୁଧିଷ୍ଠିର ସାନ୍ତା, ଚିତ୍ରସେନ ତିୱାରୀ, ବୀରେନ୍ଦ୍ର ପାଣ୍ଡେ ତଥା ବ୍ଲକ ର ୨୩ ଗୋଟି ପଂଚାୟତ ର ସମସ୍ତ ଗାଁ ସାଥୀ ମେଟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.