Home ଜଗତସିଂହପୁର ଝଙ୍କଡ଼ ସାହିତ୍ୟ ସଂସଦ ପକ୍ଷରୁ ସ୍ୱର୍ଗତ ଝଙ୍କଡ଼ଶ୍ରୀ କାଳି ପ୍ରସନ୍ନ ପରିଜାଙ୍କ ବିୟୋଗରେ ଶୋକ ସଭା

ଝଙ୍କଡ଼ ସାହିତ୍ୟ ସଂସଦ ପକ୍ଷରୁ ସ୍ୱର୍ଗତ ଝଙ୍କଡ଼ଶ୍ରୀ କାଳି ପ୍ରସନ୍ନ ପରିଜାଙ୍କ ବିୟୋଗରେ ଶୋକ ସଭା

373

ତିର୍ତ୍ତୋଲ୦୪/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ବିଶିଷ୍ଟ ସାରସ୍ୱତ ସାଧକ, ସାରଳା ସାହିତ୍ୟର ଗବେଷକ, ରାଜ୍ୟ ପୁରସ୍କାର ପ୍ରପ୍ତ କୃତି ପ୍ରଧାନ ଶିକ୍ଷକ ତଥା ସାହିତ୍ୟ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସ୍ୱର୍ଗତ ଝଙ୍କଶ୍ରୀ କାଳୀ ପ୍ରଶନ୍ନ ପରିଜାଙ୍କ ବିୟୋଗରେ ଆଜି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତରେ ଆଖଣ୍ଡଳେଶ୍ୱର ମନ୍ଦିର ପରିସରରେ ତିର୍ତ୍ତୋଲ ଝଙ୍କଡ଼ ସାହିତ୍ୟ ସଂସଦ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠାନର ସମ୍ପାଦକ ଗୋଲୋକ ବିହାରି ପଲାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବାସବ କୁମାର ନନ୍ଦ, ଦିଲ୍ଲି ଦୂରଦର୍ଶନ ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ନିତ୍ୟାନନ୍ଦ ଜେନା, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ରମେଶ ଚନ୍ଦ୍ର ସ୍ୱାଇଁ, ନିତ୍ୟାନନ୍ଦ ନାୟକ, ସୁଶିଲ କୁମାର ସ୍ୱାଇଁ, ଆଇନିଜିବୀ ପ୍ରଶାନ୍ତ କୁମାର ଦାସ, ପରମାନନ୍ଦ ମିଶ୍ର, ଆରତୀ ତ୍ରିପାଠୀ, ଚୌଧୁରୀ ରାଧା ମୋହନ ପରିଜା, ଅମରଜ୍ୟୋତି ସାହୁ, ବସନ୍ତ ମଞ୍ଜରି ଦାସ, ମନୋଜ ଦାସ, ଦିଗମ୍ବର ରାଉତ, ଦେବେନ୍ଦ୍ର ନାଥ କର, ସବିତା ନାୟକ, ଡ଼. ବିଷ୍ଣୁ ପ୍ରିୟା ଦାସ, ଅ୍ମାପିକା ରାଜଶ୍ରୀ ସ୍ୱାଇଁ, ରମାକାନ୍ତ ରାଉଳ, ବରଦା ପ୍ରସନ୍ନ ରାଉତ, ସମିର ପଟ୍ଟନାୟକ, ଭିମସେନ ବିଶ୍ୱାଳ, ପ୍ରଭାତ ପରିଜା, ଭାଗିରଥି ପରିଜା, ସୁରେନ୍ଦ୍ର ସାହୁ, ଅ୍ମାପିକା କାଦମ୍ବିନି ଦାସ, ଗୌରାଙ୍ଗ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଝଙ୍କଡ଼ଶ୍ରୀ ପରିଜାଙ୍କ କର୍ମମୟ ଜୀବନ ଓ ସାରସ୍ୱତ ସାଧନା ଉପରେ ଆଲୋକପାତ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଆସନ୍ତା ୮ ତାରିଖ ଶନିବାର ତାଙ୍କର ଏକାଦଶ ଅବସରରେ ତାଙ୍କ ଜନ୍ମସ୍ଥାନ ବନ୍ଧମୁଣ୍ଡାସ୍ଥିତ ବାସଭବନରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହେବ ଏବଂ ଉକ୍ତ ସଭାରେ ଜିଲ୍ଲାର ସମସ୍ତ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେବା ପାଇଁ ଏହି ଶୋକ ସଭାରେ ନିବେଦନ କରାଯାଇଥିଲା।(

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.