Home ଓଡ଼ିଶା ଜୟପୁର ମାଲକାନଗିରି ରେଳପଥ ତୁରନ୍ତ ନିର୍ମାଣ ସହ ଖମାମ କୁ ରେଳ ପଥ ନିମନ୍ତେ...

ଜୟପୁର ମାଲକାନଗିରି ରେଳପଥ ତୁରନ୍ତ ନିର୍ମାଣ ସହ ଖମାମ କୁ ରେଳ ପଥ ନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ବିଧାୟକ ଲେଖିଥିବା ଚିଠିର ଉତର ମିଳିଲା

30

ମାଲକାନଗିରି,୧୦ା୧୦(ଓଡିଆ ପୁଅ ) ଜୟପୁର ମାଲକାନଗିରି କୁ ତୁରନ୍ତ ରେଳପଥ ନିର୍ମାଣ କରିବା ଓ ମାଲକାନଗିରି ଠାରୁ ଖମାମକୁ ଆଉ ଏକ ନୂତନ ରେଳପଥ ନିର୍ମାଣ ପାଇଁ ପ୍ରସ୍ତାବ ରଖି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଙ୍କନିକଟକୁ ଏକ ଚିଠି ଗତ ୨୦.୮.୨୦୨୧ ତାରିଖରେ ପଠାଇ ଥିଲେ । ବିଧାୟକ ଙ୍କ ଚିଠି ପ୍ରତି ଗୁରୁତ୍ୱ ଦେଇ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଙ୍କ ନିର୍ଦ୍ଦେ କ୍ରମେ ପୁବ ର୍ତଟ ରେଳବିଭାଗ ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ତାର ଉତର ବିଧାୟକ ଙ୍କ ନିକଟକୁ ପଠାଇଛନ୍ତି । ଠିକ ସମୟରେ ଜୟପୁର ମାଲକାନଗିରି ୧୩୦ କିଲୋମିଟର ରେଳପଥ ନିର୍ମାଣ କାମ ଶେଷ ହେବ,ମାଲକାନଗିରି ଖମାମ କୁ ନୁତନ ରେଳପଥ ନିର୍ମାଣ ପ୍ରସ୍ଥାବ ପ୍ରତି ଗୁରୁତ୍ୱ ଦିଆଯାଇ ଏହାକୁ ରେଲେଓ୍ୟଏ ବୋର୍ଡ ରେ ନିସ୍ପତି ନିଆଯିବ ବୋଲି ପୁବ ର୍ତଟ ରେଳବିଭାଗ ଉପ ମହାପ୍ରବନ୍ଧକ ଶ୍ରୀ ମିଶ୍ର ଚିଠିର ପ୍ରତିଉତର ବିଧାୟକ ଙ୍କ ନିକଟକୁ ପଠାଇଛନ୍ତି । ଚିଠି ପ୍ରତି ଗୁରୁତ୍ୱ ଦେଇ ଥିବାରୁ ବିଧାୟକ ଶ୍ରୀ ମାଢୀ କେନ୍ଦ୍ର ରେଳ ମନ୍ତ୍ରୀ ଓ ପୁବ ର୍ତଟ ରେଳ ବିଭାଗ କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.