Home ଜିଲ୍ଲା ପରିକ୍ରମା ଜୟକିଶାନ ନୋଡାଲ ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଜୟକିଶାନ ନୋଡାଲ ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

13

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତ ର ବାଲିପାଟଣା ସ୍ଥିତ ଜୟକିଶାନ ନୋଡାଲ ହାଇସ୍କୁଲ ବାଲିପାଟଣା ୧୯୯୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି, ପୂରାତନ ଛାତ୍ର ମାନସ ନାୟକ ଓ ଆଶୁତୋଷ ପରିଡା ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ବାବାଜୀ ଚରଣ ନାୟକ,ଦିଗାମ୍ବର ମିଶ୍ର, ପ୍ରବୋଧ କୁମାର ସାମଲ, ଘନଶ୍ୟାମ ମହାନ୍ତି, ଦିଗାମ୍ବର ମଲ୍ଲିକ, ଗୋପୀନାଥ ନାୟକ, ସଦାନନ୍ଦ ନାୟକ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ପୂରାତନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଦ୍ୟାଳୟ ର ଶିକ୍ଷକ ଙ୍କ ସମ୍ବର୍ଦ୍ଧିତ କରି ଗୁରୁ ଶିଷ୍ୟ ଙ୍କ ମନ୍ଦ୍ୟରେ ଯେଉଁ ସଂପର୍କ ସେ ବିଷୟ ରେ ଭାବ ବିନିମୟ କରା ଯାଇଥିଲା। ପ୍ରାରମ୍ୱ ରେ ବିମାନ ଦୃଘଟଣା ରେ ମୃତ୍ୟୁ ବରଣ କରିଥିବା ଯାତ୍ରୀ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏବଂ ତାଂକ ସ୍ମୃତି ରେ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ କରା ଯାଇଥିଲା।ଏଥିରେ ପୂରାତନ ଛାତ୍ର ଛାତ୍ରଙ୍କ ମଧ୍ୟ୍ୟ ରେ ସାଗରୀକା ନାୟକ,ପ୍ରଣତି ରାଉତ, ଜ୍ୟୋତ୍ରୀମୟ ନାୟକ,ପ୍ରଭାତୀ ରାଉତ, ବୀରେନ୍ଦ୍ର ଲେଙ୍କା, ସତ୍ୟାନନ୍ଦ ଲେଙ୍କା, ମଧୁସୂଦନ ବେହେରା, ପ୍ରଦୀପ ରାଉତ, ସରୋଜିନୀ ନାୟକ, ଲଷ୍ମୀଧର ଦାସ, ସୁଶାନ୍ତ ନାୟକ, ପରମାନନ୍ଦ ମଲ୍ଲିକ, ଶଶିଭୂଷଣ ମଲ୍ଲିକ, ଗୀତାଞ୍ଜଳି ମହାନ୍ତି, ଗୀତାଞ୍ଜଳି ମାଝୀ, ଅମୁଲ୍ୟ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ଏହି ଅବସର ରେ ପୁରତାନ ଛାତ୍ର ଛାତ୍ରୀ ମାନି ସ୍ମତି ଅନୁଭୂତି ଓ ଭାବ ବିନିମୟ ମଧ୍‌ଯ ରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।ଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.