Home ଜିଲ୍ଲା ପରିକ୍ରମା ଜ୍ୱର ପିଡ଼ିତଙ୍କୁ ମିଳୁନି ଚିକିତ୍ସା ସୁବିଧା, କେବେ ଆରମ୍ଭ ହେବ ଫିଭର କ୍ଲିନିକ୍‌!

ଜ୍ୱର ପିଡ଼ିତଙ୍କୁ ମିଳୁନି ଚିକିତ୍ସା ସୁବିଧା, କେବେ ଆରମ୍ଭ ହେବ ଫିଭର କ୍ଲିନିକ୍‌!

88

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସଂକ୍ରମଣ କ୍ରମେ ଭୟାବହ ପରିସ୍ଥିତି ସୃଷ୍ଟି କଲାଣି । ସମସ୍ତେ ଏବେ ଏକ ଅନିଶ୍ଚିତତାର ବାତାବରଣ ମଧ୍ୟରେ ଗତି କରୁଛନ୍ତି । ବିଶେଷକରି କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ, ପରିବର୍ତ୍ତିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକାଂଶ ଲୋକ ଏବେ ଭାଇରାଲ ଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ୁଛନ୍ତି । କିନ୍ତୁ ଏହି ଜ୍ୱର ପିଡ଼ିତଙ୍କୁ ଚିକିତ୍ସା କରିବାକୁ ଡାକ୍ତରମାନେ ପଛଘୁଞ୍ଚା ଦେଉଛନ୍ତି । ଜ୍ୱର ନାମ ଶୁଣିବା ମାତ୍ରେ ଘରୋଇ ଏପରିକି ସରକାରୀ ଡାକ୍ତରଖାନାରେ ଡାକ୍ତରମାନେ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି । ତୁରନ୍ତ କୋଭିଡ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଉଛନ୍ତି । ଫଳରେ ରୋଗ ପରାମର୍ଶ ପାଇଁ ଆସୁଥିବା ରୋଗୀ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥବବା ଡାକ୍ତରଙ୍କ ଠାରୁ ଆଶ୍ୱାସନା ପାଇବା ପରିବର୍ତ୍ତେ ମାନସିକ ଯନ୍ତ୍ରଣା ପାଇ ଘରକୁ ଫେରିବାକୁ ବାଧ୍ୟ ହେଉଛି । ତେଣୁ ଅନ୍ୟ କେତେକ ଜିଲ୍ଲା ପରି ଭଦ୍ରକରେ କେବେ ଫିଭର ବା ଜ୍ୱର କ୍ଲିନିକ ଆରମ୍ଭ ହେବ ତାକୁ ଉଦଗ୍ରୀବର ସହ ଅପେକ୍ଷା କରିଛନ୍ତି ସାଧାରଣ ଜ୍ୱର ରୋଗୀ । ବର୍ତ୍ତମାନ ସମୟରେ ପାଗ ପରିବର୍ତ୍ତନକୁ ନେଇ ଅଧିକାଂଶ ଲୋକ ଭାଇରାଲ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଏହି ଜ୍ୱର ପିଡ଼ିତଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା କିମ୍ବା ପରାମର୍ଶ । ଡାକ୍ତରମାନେ ନିଜ ସୁରକ୍ଷାଗତ କାରଣରୁ ରୋଗୀଙ୍କୁ କୋଭିଡ ପରୀକ୍ଷା ପାଇଁ ପଠାଇ ନିଜ କାମ ସାରି ଦେଉଛନ୍ତି । ଯଦି କୌଣସି ରୋଗୀ ନେଗେଟିଭ ରିପୋର୍ଟ ଧରି ଆସିଲା, ତେବେ ଡାକ୍ତର ୬/୮ଫୁଟ ଦୂରରେ ରହି ରୋଗୀଙ୍କ ଔଷଧ ଚିଠା ଲେଖୁଛନ୍ତି ।

ଅପରପକ୍ଷେ କୋଭିଡ ସଂକ୍ରମଣ ଆରମ୍ଭ ହେବା ଦିନ ଠାରୁ ଜ୍ୱର କଥା ଦୂରରେ ଥାଉ ଅନ୍ୟ ରୋଗୀଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ମିଳି ପାରୁନି । ଆଉ କେତେକ ଡାକ୍ତର ଲେିଫୋନ କଲ ଓ ଭିଡିଓ କନଫରେନ୍ସିଂରେ ରୋଗୀ ଦେଖୁଛନ୍ତି । ଉଭୟ ସରକାରୀ ଡାକ୍ତରଖାନା ଓ ଘରୋଇ କ୍ଲିନିକରେ ଡାକ୍ତରମାନଙ୍କ ଏପରି ମାନସିକତା ଯୋଗୁଁ ରୋଗୀ ମାନସିକ ଯନ୍ତ୍ରଣାର ଶୀକାର ହେଉଥିବାବେଳେ, ନିଜର ଦ୍ୱିତୀୟ ଭଗବାନଙ୍କ ଉପରୁ ବିଶ୍ୱାସ ଓ ଭରସା ତୁଟାଇ ବସୁଛି । ତେଣୁ ସେମାନେ ଘରୋଇ କ୍ଲିନିକ କିମ୍ବା ସରକାରୀ ଡାକ୍ତରଖାନାକୁ ଯିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ବିଶେଷକରି ଜ୍ୱର ପିଡ଼ିତମାନେ ବିଭିନ୍ନ ମେଡିସିନ େ୍େ‌ଟାରରେ ପଚାରି ଔଷଧ ସେବନ କରୁତବବା ଦେଖିବାକୁ ମିଳୁଛି । ତେଣୁ ମୋଟାମୋଟି ଭାବରେ ସ୍ୱାସ୍ଥ୍ୟ ସେବା ବିଗିଡ଼ିବାରେ ଲାଗିଛି । ତେବେ ସରକାର ଡାକ୍ତତର, ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଯୋଦ୍ଧାର ଆଖ୍ୟା ଦେଇଛନ୍ତି । ସେମାନଙ୍କ ସାମଜିକ ସୁରକ୍ଷା ସମ୍ମାନ ବଢ଼ାଇବା ଦିଗରେ ବହୁ ପଦକ୍ଷେପ ନେଇଛନ୍ତି । ସ୍ୱତନ୍ତ୍ର ଇନସେନଟିଭ ମଧ୍ୟ ପ୍ରଦାନ କରାଯାଉଛି । ଏପରିସ୍ଥଳରେ ଡାକ୍ତରମାନଙ୍କ ଏପରି ମାନସିକତା ରୋଗୀଙ୍କୁ ନିରାଶ କରିଛି । ଏହି କାରଣରୁ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ ହ୍ରାସ ପାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କର୍ତ୍ତବ୍ୟରତ କେତେକ ସରକାରୀ ଡାକ୍ତର ନିଜର ଡିଉଟି ସମୟ ପରେ ଘରୋଇ କ୍ଲିନିକରେ ବସି ରୋଗୀ ଦେଖୁଥିବାବେଳେ, ସରକାରୀ ଡାକ୍ତରଖାନାରେ ରୋଗୀ ନଦେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । କାରଣ ପ୍ରାୟ ପ୍ରତ୍ୟେକ ଘରୋଇ କ୍ଲିନିକରେ ବହୁ ସଂଖ୍ୟକ ରୋଗୀଙ୍କ ଭିଡ ପରିଲକ୍ଷିତ ହେଉଛି । ତେଣୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଫିଭର କ୍ଲିନିକ୍ ପ୍ରତିଷ୍ଠା ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.