Home ଓଡ଼ିଶା ଜୀବିକା ହରାଇଲେ ଶତାଧିକ ଯୁବକ ଓ ଶ୍ରମିକ  ପୋଲିସର  ବହାଦୁରୀ  ତହସିଲଦାରଙ୍କ ବାହାବା

ଜୀବିକା ହରାଇଲେ ଶତାଧିକ ଯୁବକ ଓ ଶ୍ରମିକ  ପୋଲିସର  ବହାଦୁରୀ  ତହସିଲଦାରଙ୍କ ବାହାବା

208

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୦/୯-ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳରେ କରୋନା କଟକଣା ସଟ୍‌ଡାଉନ ଓ ଲକ୍‌ଡାଉନ ପରେ ପରେ ପ୍ରଶାସନର ବ୍ୟାପକ ଚଢଉ ଚାଲିଛି । ଚାନ୍ଦପୁର ଥାନା, ରଣପୁର ଥାନା ଓ ରଣପୁର ତହସିଲଦାର ଚଢାଉ ଜାରି ରଖିଛନ୍ତି । ପୋଲିସ୍ ପ୍ରଶାସନ ପୋଲିସ୍ ପବ୍ଲିକ୍ ମୈତ୍ରୀ ଓ ମୋ ଥାନା ଡାକରା କୁ ଭୁଲିଯାଇଛି । ଚୋର ଡକାୟତ ଓ ଅସାମାଜିକଙ୍କ ପିଛା ଛାଡି ମାଙ୍କଡା ପଥର , ବାଲି ଓ କଳାମୁଗୁନି ପଥର ଗାଡି ପଛରେ ପଡିଛି । ୱାରେଣ୍ଟ ଥିବା ବ୍ୟକ୍ତି ନିର୍ଭୟ ରେ ବୁଲୁଛନ୍ତି  ।

ନୟାଗଡ ଜିଲ୍ଲା ଏସ୍ ପି ଙ୍କ ନିକକଟରେ ବହାଦୁରୀ  ନେବା ପାଇଁ ଚାନ୍ଦପୁର ଓ ରଣପୁର ଥାନା ଇନିସ୍ପେକ୍ଟରଙ୍କ ମଧ୍ୟରେ ଗାଡି ଧରିବା ପ୍ରତିଦ୍ୱନ୍ଦିତା   ଚାଲିଥିବା ଅଭିଯୋଗ ହେଉଛି । ରଣପୁର ତହସିଲଦାର ମୋଟା ଅଙ୍କର ଫାଇନ୍ ରାଜସ୍ୱ ଆଦାୟ କରି ଜିଲ୍ଲା ପ୍ରଶାସନ ଆଗରେ ଏକ ନମ୍ବର ବୋଲି ବାହାବା ନେଉଛନ୍ତି । ଜମି ବିକି ବ୍ୟାଙ୍କ ରୁ ଋଣଆଣି ଟ୍ରକ ଓ ମିନି ଟ୍ରକ କରିଥିବା ଶହଶହ ବେକାରି ଯୁବକ ଜିବିକା ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । କିପରି ବ୍ୟାଙ୍କ ଋଣ ପରିଶୋଧ କରିବେ । ତାରିଣୀ ଟ୍ରକ ମିନି ଟ୍ରକ ସଂଘରେ ତାଲା ଝୁଲିଲାଣି । ଗାଡି ଚଲାଉଥିବା ଡ୍ରାଇଭର, ହେଲପର୍ ଓ ଶ୍ରମିକ ମାନେ ମଧ୍ୟ ଜିବିକା ହରାଇଥିବା ଅଭିଯୋଗ ହେଉଛି । ମାଙ୍କଡା ପଥର , ବାଲି, ମେଣ୍ଟାଲ, ଚିପସ୍ ଓ ମୋରମ ଅଭାବ ଯୋଗୁଁ ରଣପୁର ଅଂଚଳରେ ସରକାରୀ ଓ ବେସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଗଲାଣି । ଜିଲ୍ଲା ପ୍ରଶାସନ ଜିବିକା ହରାଉଥିବା ଯୁବକ ଓ ଶ୍ରମିକ ମାନଙ୍କୁ କାମ ଯୋଗାଇବା ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.