Home ଜିଲ୍ଲା ପରିକ୍ରମା ଜୀବନ ବୀମା ଅଭିକର୍ତ୍ତା ସଂଘର ୫୬ତମ ପ୍ରତିଷ୍ଠା ଉତ୍ସବ

ଜୀବନ ବୀମା ଅଭିକର୍ତ୍ତା ସଂଘର ୫୬ତମ ପ୍ରତିଷ୍ଠା ଉତ୍ସବ

68

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ମହାସଂଘର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଏହି ଉତ୍ସବ ମହାଡମ୍ବରରେ ପାଳିତ ହୋଇ ଆସୁଥିଲା । ଶତାଧିକ ଅଭିକର୍ତ୍ତା ଉତ୍ସବରେ ଯୋଗଦେଇ ଉତ୍ସବ ପାଳନ ସହିତ ବିଭିନ୍ନ ସାମଜିକ କାର୍ଯ୍ୟକ୍ରମ ହାତକୁ ନେଇ ଥାଆନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆୟୋକଙ୍କ ପକ୍ଷରୁ ଏହାକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ୨୦ରୁ ୨୫ ଅଭିକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ସେମାନେ ମହତାବ କୋଠୀ ପରିସରରେ ମହାତ୍ମାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ସଂଘ କାର୍ଯ୍ୟାଳୟରେ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ । ବରିଷ୍ଠ ସଭ୍ୟ ତଥା ମହାସଂଘର ଭଦ୍ରକ ଶାଖାର ସଭାପତି ସନାତନ ଜେନାଙ୍କ ପରିଚାଳନାରେ ଉକ୍ତ ସଭାରେ ପ୍ରଥମେ ମୃତ୍ୟୁବରଣ କରିଥିବା ଅଭିକର୍ତ୍ତା ଓ ସେମାନଙ୍କ ପରିବାରବର୍ଗଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଉକ୍ତ ସଭାରେ କଟକ ମଣ୍ଡଳ ପରିଷଦର ସଭ୍ୟ ଗୋବର୍ଦ୍ଧନ ପଣ୍ଡା ଯୋଗଦେଇ କରୋନା ପରିପ୍ରେକ୍ଷୀରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ମତ ରଖିଥିଲେ । ଅଭିକର୍ତ୍ତାମାନଙ୍କ ସମସ୍ତ ସମସ୍ୟା ପ୍ରତି ମହାସଂଘ ଯତ୍ନବାନ ଅଛି ବୋଲି ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ । ମେଡିକ୍ଲେମ କେସଲେସ ସୁବିଧା ନେବା ସହିତ କରୋନା ବିପତ୍ତିର ମୁକାବିଲା ସମ୍ପର୍କରେ ଶାଖାର ସମ୍ପାଦକ ରବିନାରାୟଣ ସାହୁ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ । କଟକ ମଣ୍ଡଳ ଉପସଭାପତି ଅମୂଲ୍ୟ କୁମାର ରାଉତ ଅଭିକର୍ତ୍ତାଙ୍କ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନିରୂପଣ, ବନ୍ତ ଛକକୁ ଏଲଆଇସି ଛକରେ ନାମକରଣ କରିବା ଦାବି ଉପରେ ବକ୍ତବ୍ୟ ରଖିଥିଲେ । ସଂଘର ଉପସଭାପତି ଶଶିକାନ୍ତ ପଣ୍ଡା, କୋଷାଧ୍ୟକ୍ଷ କାର୍ତ୍ତୀକ ପାଣିଗ୍ରାହୀ, ରାମଚନ୍ଦ୍ର ଗୁପ୍ତା, ଅଭିମନ୍ୟୁ ପଣ୍ଡା, ଆରତୀ ମହାନ୍ତି, ନାରାୟଣଚନ୍ଦ୍ର ବେହେରା, ଜିତେନ୍ଦ୍ର ଶର୍ମା, ଅନିଲ ସାହା, ମନୋରଂଜନ ବେହେରା, ଦୀପଙ୍କର ପଣ୍ଡାଙ୍କ ସମେତ ଉପସ୍ଥିତ ଅଭିକର୍ତ୍ତାମେନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଭିଡ କଟକଣା ପରେ ଅଭିକର୍ତ୍ତା ସଂଘ ପକ୍ଷରୁ ସମସ୍ତ ସାମଜିକ କାର୍ଯ୍ୟକ୍ରମ ପୂର୍ବବତ୍ ଜାରୀ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.