Home ଓଡ଼ିଶା ଜୀବନ ଓ ଜୀବିକା ଚିନ୍ତାରେ ରଣପୁର ଡ୍ରାଇଭର ମାନଙ୍କ ବୈଠକ

ଜୀବନ ଓ ଜୀବିକା ଚିନ୍ତାରେ ରଣପୁର ଡ୍ରାଇଭର ମାନଙ୍କ ବୈଠକ

127

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୬- ସାରା ରାଜ୍ୟ ରେ କରୋନା ଦ୍ୱିତୀୟ ଲହର ଚାଲିଥିବା ବେଳେ କୋଭିଡ କଟକଣା ରେ ଯାତ୍ରୀବାହୀ ଯାନ ବନ୍ଦ ହୋଇଥିବା ଯୋଗୁଁ ବହୁ ଡ୍ରାଇଭର ମାନେ ଜିବିକା ହରାଇ ଘରେ ବସିଛନ୍ତି । ସେମାନେ ନିଜ ଜୀବନ ଜୀବିକା ଓ ପରିବାର ଜୀବନ ବଂଚାଇବା ପାଇଁ ବ୍ୟସ୍ତ ହୋଇପଡିଛନ୍ତି । ତେଣୁ ଓଡିଶା ଡ୍ରାଇଭର ସଂଘ ତରଫରୁ ରଣପୁର ବାରଙ୍ଗଗାଡିଆ ଠାରେ ରଣପୁର ଡ୍ରାଇଭର ମାନଙ୍କୁ ନେଇ ଏକ ବୈଠକ ଜୁନ୍ ୧୦ ତାରିଖ ମଧ୍ୟାନ୍ନ ରେ କରାଯାଇଛି ।

କୋଭିଡ କଟକଣା କୁ ପ୍ରାଧାନ୍ୟ ଦିଆଯାଇ ନିଜ ପରିବାର ଚଳାଇବାକୁ ଅକ୍ଷମ ଡ୍ରାଇଭର ମାନେ ବୈଠକ କରି ବିଚାର ବିମର୍ଶ ଚଲାଇଥିବା ଜଣାପଡିଛି । ସରକାରୀ ସହାୟତା ପାଇଁ ମୁଖ୍ୟ ଆଲୋଚ୍ୟ ବିଷୟ ବସ୍ତୁ ପାଲଟିବା ସହ ସରକାର କୋଭିଡ ଯୁଦ୍ଧା ତାଲିକା ରେ ସେମାନଙ୍କ ନାମ ସାମିଲ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଏହି ବୈଠକ ରେ ପ୍ରାୟ ରଣପୁର ଅଂଚଳ ର ଏକ ଶହ ପାଖାପାଖି ଡ୍ରାଇଭର ଓ ରାଜ୍ୟ କର୍ମକର୍ତ୍ଥା ଯୋଗଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.