Home ଓଡ଼ିଶା ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ରଥ ଉଦଘାଟିତ

ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ରଥ ଉଦଘାଟିତ

29

ମାଲକାନଗିରି,୯ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଡେଙ୍ଗୁଜ୍ୱର ବୃଦ୍ଧିପାଇ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ପ୍ରକୋପରୁ କିପରି ସୁରକ୍ଷିତ ରହିବେ ସେନେଇ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତି ଚାଲିଛି । ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଜିଲ୍ଲାକୁ ଡେଙ୍ଗୁ ମୁକ୍ତ ଅଚଂଳ ଗଠନ ନେଇ ଏକ ଜନ ସଚେତନତା ରଥକୁ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ସବୁଜ ପତକା ଦେଖାଇ ଉଦଘାଟନ କରି ଡେଙ୍ଗୁରୋଗର ନିରାକରଣ ,ପ୍ରତିକାର ଓ ଭୟାବହତା ସଂପର୍କରେ କହିଥିଲେ । ଏହି ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ମହାପାତ୍ର, ଡିପିଏମଓ ବନବିହାରି ମିଶ୍ର,ଜିଲ୍ଲା ମଶାବାହକ ରୋଗ ପରାମର୍ଶ ଦାତା ଅଜିତ କୁମାର ଦଳେଇ,ସମାଜସେବୀ ରତ୍ନାକରଦାଶ,ଅଙ୍କିତ ଜୈନ,ଶିବନରାୟଣ ପ୍ରହରାଜ,ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାକୁ କିପରି ଡେଙ୍ଗୁ ମୁକ୍ତ କରାଯିବା ସେ ନାଇ ଆଲୋଚନା କରିଥିଲେ । ଏହି ଡେଙ୍ଗୁ ଜନସଚେତନତା ରଥ ଜିଲ୍ଲାର ସାତଟି ଯାକ ବ୍ଲକ,ପୌରାଚଂଳ, ଏନଏଏସି ଅଚଂଳ ପରିକ୍ରମା କରି ଡେଙ୍ଗୁ ରୋଗର ପ୍ରତିକାର,ନିରାକରଣ ,ଏହାର ଭୟାବହତା ସଂପର୍କରେ ଜନ ସଚେତନତାର ବାର୍ତା ଦେବା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.