Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ୪୪ ତମ ସଡ଼କ ସୁରକ୍ଷା ଦିବସ ଦ୍ୱିତୀୟ ବୈଠକ

ଜିଲ୍ଲା ସ୍ତରୀୟ ୪୪ ତମ ସଡ଼କ ସୁରକ୍ଷା ଦିବସ ଦ୍ୱିତୀୟ ବୈଠକ

8

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ସନ୍ଧ୍ୟା ୫ଟା ରେ ସଦଭାବନା ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ୪୪ ତମ ସଡ଼କ ସୁରକ୍ଷା ଦିବସ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଏହି ବୈଠକ ର ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ଦିଲିପ ରାଉତରାଏ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମ୍ବିତ କୁମାର୍ ମାଝୀ,ଆଂଚଳିକ ପରିବହନ ଅଧିକାରୀ ରାମ ନିବାସ ଶିକ୍ରା, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ ବିଭାଗ ଦେବୀ ପ୍ରସନ୍ନ ଘୋଷ,ଭଦ୍ରକ ପୌର ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ, ଏନଏଚଏଆଇର କର୍ମକର୍ତା, ଅତିରିକ୍ତ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶାଶ୍ୱତ କୁମାର ପଟ୍ଟନାୟକ, ବସ୍ ସିଣ୍ଡିକେଟ ର ସେକ୍ରେଟାରୀ ଶ୍ରୀନିବାସ ପତି,ସମାଜସେବୀ ଅତିସ୍ ବେହେରା, କ୍ରୀଡା ଅଧିକାରୀ(ଶିକ୍ଷା ବିଭାଗ) ଓ ଅନ୍ୟାନ୍ୟ ପ୍ରଶାସନିକ ଅଧକାରୀ ମାନେ ଭାଗ ନେଇଥିଲେ।ଏହି ବୈଠକରେ ମୋଟ ୧୮ ଟି ପଏଂଟ ଉପରେ ଆଲୋଚନା କରାଗଲା। ଅଧିକାଂଶ କାମ ଜୁଲାଇ ୩୧ ତାରିଖ ଭିତରେ ସାରିବାକୁ କୁହାଗଲା।ଆରଡ଼ି ଛକ ଠାରେ ରାସ୍ତା ଉପରେ ଜମା ହେଉଥିବା ବର୍ଷା ଜଳକୁ ପମ୍ପ ଲଗାଇ ନିଷ୍କାସନ କରାଯିବ । ଏଥିପାଇଁ ଏକ ଟୋଲ ଫ୍ରୀ ନମ୍ବର ୧୦୩ ଜାରି କରାଗଲା। ଏହି ଜମୁଥିବ। ପାଣି ସମସ୍ୟା ସ୍ଥାୟୀ ସମାଧାନ ଅକ୍ଟୋବର ୩୧ ସୁଦ୍ଧା ହୋଇଯିବ।ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଆଭାସି ମାଧ୍ୟମ ରେ ଜିଲ୍ଲାପାଳ ଙ୍କ ନେଇ ଏକ ସଭା କରି ପିଲାମାନେ ବିଦ୍ୟାଳୟକୁ ମୋଟର ଯାନ ନ ଆଣିବା ବା ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେବେ।ସହରରେ ଥିବା ଉଠା ଦୋକାନୀ ପ୍ରାୟ ହଟି ଗଲେଣି ,ଆଉ ଯାହା ବାକି ରହିଛି ତାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.