Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ହର୍‌ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପଦଯାତ୍ରାରେ ସାମିଲ ହେଲେ ୫୦୦ ରୁ ଉର୍ଦ୍ଧ୍ୱ ଲୋକ

ଜିଲ୍ଲା ସ୍ତରୀୟ ହର୍‌ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପଦଯାତ୍ରାରେ ସାମିଲ ହେଲେ ୫୦୦ ରୁ ଉର୍ଦ୍ଧ୍ୱ ଲୋକ

8

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା, ବ୍ଲକ୍‌, ପୌରାଂଚଳ, ଗ୍ରାମପଂଚାୟତ ସ୍ତରରେ ହର୍‌ଘର୍ ତ୍ରିରଙ୍ଗା ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅଗଷ୍ଟ ୧୩ ରେ ବିଶାଳ ସାଇକେଲ ଓ ମୋଟର ସାଇକେଲରେ ତ୍ରିରଙ୍ଗା ଅଭିଯାନ ପରେ ଆଜିର ପଦଯାତ୍ରାରେ ତ୍ରିରଙ୍ଗା ଅଭିଯାନ ଆୟୋଜିତ ହୋଇଥିଲା । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ୍ ରାଉତରାଏ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲାପରିଷଧର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍‌, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଡି.ପି.ସି. ମିଶନ ଶକ୍ତି ଅଭିକ୍ ନାରାୟିନ୍ ପ୍ରମୁଖ ଏହି ଯାତ୍ରାରେ ସାମିଲ ହୋଇଥିଲେ । ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ମହିଳା, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଲୋକ ହାତରେ ତ୍ରିରଙ୍ଗା ଧରି ଏହି ଯାତ୍ରାରେ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରୁ ଟାଉନ୍‌ହଲ ପର୍ଯ୍ୟନ୍ତ ଯାଇଥିଲେ । ଏସ୍‌.ବି.ଡ଼ି. ଇଂଟର ନ୍ୟାସନାଲ ସ୍କୁଲର ବ୍ୟାଣ୍ଡବାଦନ ର ତାଳେ ତାଳେ ଏହି ପଦଯାତ୍ରା ଯେମିତି ଆକର୍ଷଣୀୟ ଥିଲା ସେମିତି ତ୍ରିରଙ୍ଗା ପତାକା ଧରି ସେହି ସ୍କୁଲର ପିଲାମାନଙ୍କର ରାସ୍ତାରେ ସ୍କେଟିଂ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଆସିଆନା ର ସଂଯୋଜକ ରିଆଜ ଅହମ୍ମଦ, ଭଦ୍ରକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ସାହୁ, ଭଦ୍ରକ ପୌରପରିଷଦର କର୍ମଚାରୀ, ଜିଲ୍ଲାପାଳ ଭଦ୍ରକଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.