Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ କୋଡିନେସନ ଏବଂ ମନିଟରିଂ କମିଟି ଦିଶା ବୈଠକ

ଜିଲ୍ଲା ସ୍ତରୀୟ କୋଡିନେସନ ଏବଂ ମନିଟରିଂ କମିଟି ଦିଶା ବୈଠକ

7

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ କୋଡିନେସନ ଏବଂ ମନିଟରିଂ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଭଦ୍ରକ ସଂ ।ସଦ ଅଭିମନ୍ୟୁ ସେଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଦିଲିପ୍ ରାଉତରାଏ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ଅଶୋକ ଦାସ, ବିଧାୟକ ସଞ୍ଜୀବ ମଲ୍ଲିକ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ଜିଲ୍ଲା ପରିଷଦ ଅଧକ୍ଷ ପ୍ରଫୁଲ୍ଲ ଜେନା, ମୁଖ୍ୟ ଉନ୍ୟୟନ ଅଧିକାରୀ ଶୁଭେନ୍ଦ୍ର ସାମଲ ଙ୍କ ସମେତ ବାଲେଶ୍ୱର, ଯାଜପୁର ଜିଲ୍ଲା ର ବିଭିନ୍ନ ଅଧିକାରୀ ପଂଚାୟତ ସମିତି ଅଧକ୍ଷ, ସରପଂଚ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ରେ ପି. ଏମ. ଆୱାସ ଯୋଜନା ରେ ଭଦ୍ରକ ର ସମସ୍ତ ଯୋଗ୍ୟ ହିତାଧିକ ।ରୀ ଙ୍କୁ ଗୃହ ଯୋଗାଇ ଦିଆଯିବ । ମନରେଗା , ପି. ଏମ୍‌. ଗ୍ରାମ ସଡ଼କ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜଳସେଚନ, ପୂର୍ତ, ପାନୀୟ ଜଳ, ବି.ଏସ.ଏନ୍‌.ଏଲ୍ ସେବା , ବନ୍ୟା ନିୟନ୍ତ୍ରଣ , ଲୁଣା ପାଣି ନିୟନ୍ତ୍ରଣ, ଆଖୁଆ ପଦା ଠାରେ ବ୍ୟାରେଜ ନିର୍ମାଣ, ଚାରି ଲାଇନ ବିଶିଷ୍ଟ ରାସ୍ତା, ଦଶମୌଜା କେନାଲ ସମସ୍ୟା ଆଦି ବିଷୟ ର ଅଗ୍ରଗତି ଉପରେ ସମୀକ୍ଷା ହୋଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.