Home ଓଡ଼ିଶା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଦିନିକିଆ ତାଲିମ ଶିବିର

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଦିନିକିଆ ତାଲିମ ଶିବିର

35

ନବରଙ୍ଗପୁର (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) : ନବରଙ୍ଗପୁର ଜିଲ୍ଲା କୌଶଳ ଶିକ୍ଷା କେନ୍ଦ୍ର ଠାରେ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପକ୍ଷରୁ ଦିନିକିଆ ତାଲିମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଦିବାକର ବାହୁକ୍ କିପରି ଶିଶୁ ଯତ୍ନ ଗୃହରେ ରହୁଥିବା ଶିଶୁ ମାନଙ୍କର ଭବିଷ୍ୟତ ଉତ୍ତମ ହେବ। ସଙ୍ଗେ ସଙ୍ଗେ ଏକ ଉତ୍ତମ ନାଗରିକ ହେବେ ସେଥିପ୍ରତି ଯତ୍ନବାନ ହେବା ପାଇଁ ସେମାନଂକୁ ଏହି ତାଲିମ୍ ଶିବିରରେ କହିଥିଲେ। ଅରୁଣାର ଜିଲ୍ଲା ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଶିଶୁ ଯତ୍ନ ଗୃହର ଆଇ.ସି.ପି ଏବଂ ଏସ.ଆଇ.ଆର ଉପରେ ଆଲୋଚନା କରିଥିଲେ। ସର୍ବ ଶେଷରେ ପି.ଓ.ଆଇ.ସି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ଅନୁରାଗ ଏନ୍ ଜି ଓ ଉକ୍ତ କାର୍ଜ୍ୟକ୍ରମକୁ ସମର୍ଥନ କରିଥିଲେ। ଏହି ତାଲିମ ଶିବିରକୁ ସର୍ବମୋଟ ୮ ଟି ଶିଶୁ ଯତ୍ନ ଗୃହର ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀର ସଦସ୍ୟ, ଚାଇଲ୍ଡ ଲାଇନ, ଜିଲ୍ଲା ମଙ୍ଗଳ ଅଧିକାରୀ ସଦସ୍ୟ, ଆଦି ଯୋଗ ଦେଇ ତାଙ୍କର ସୁ ମତାମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.