Home ଉପ ନିର୍ବାଚନ ଜିଲ୍ଲା ବିକାଶରେ ଅବଦାନ ଅଧିକ ନେଇ କଂଗ୍ରେସର ଦାବି ଉପ-ନିର୍ବାଚନରେ ଯୋଗ୍ୟ ଦଳୀୟ ପ୍ରାର୍ଥିନୀଙ୍କୁ ସମର୍ଥନ...

ଜିଲ୍ଲା ବିକାଶରେ ଅବଦାନ ଅଧିକ ନେଇ କଂଗ୍ରେସର ଦାବି ଉପ-ନିର୍ବାଚନରେ ଯୋଗ୍ୟ ଦଳୀୟ ପ୍ରାର୍ଥିନୀଙ୍କୁ ସମର୍ଥନ ପାଇଁ ନିବେଦନ

68

ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବିକାଶରେ ସର୍ବାଧିକ ଅବଦାନ ଥିବା କଂଗ୍ରେସ ଦଳର ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପ୍ରତି ସମସ୍ତେ ସମର୍ଥନ କରିବାକୁ ପିସିସି ପ୍ରବକ୍ତା ସୁଦର୍ଶନ ଦାସ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଯୋଗଦେଇ ବାଲେଶ୍ୱର ବିକାଶରେ କଂଗ୍ରେସର ଭୂମିକା ଓ ଅନ୍ୟାନ୍ୟ ଦଳୀୟ ନେତାଙ୍କ ସ୍ଥାଣୁତା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଶିଳ୍ପାୟନଠାରୁ ସାଧାରଣ ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, କୃଷି ଆଦି ପ୍ରତିଟି କ୍ଷେତ୍ରରେ କଂଗ୍ରେସ ସମୟରେ ହିଁ ଉନ୍ନତି ହୋଇଥିଲା। ବିରଳା ଟାୟାର୍ସ, ବାଲେଶ୍ୱର ଆଲୋଏଜ, ଇମାମି ପେପର ମିଲ୍ସ ପ୍ରଭୃତି ବଡ଼ ବଡ଼ ଶିଳ୍ପାନୁଷ୍ଠାନ କଂଗ୍ରେସ ସମୟରେ ପ୍ରତିଷ୍ଠା ହୋଇଥିଲା। ସେହିପରି ତତ୍କାଳୀନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମୟରେ ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ, ଏମ୍ସ ସେଟଲାଇଟ ସେଣ୍ଟର, ତାମୂଳିଆ ସମେତ ସୋର ଓ ଜଳେଶ୍ୱରର ରେଳ ଫ୍ଲାଇ ଓଭର ବ୍ରିଜ୍‌, ସିପେଟ, ନୋସି ବିଜିନେସ ପାର୍କ ପ୍ରଭୃତି ପ୍ରତିଷ୍ଠା ହୋଇଥିଲା। ଇତିମଧ୍ୟରେ ବିଜେପି ଓ ବିଜେଡିର ସାଂସଦ ବାଲେଶ୍ୱରରୁ ପ୍ରତିନିଧିତ୍ୱ କରିଥିଲେ ବି ଜିଲ୍ଲାର ବିକାଶ ଦିଗରେ କୌଣସ ଆଖିଦୃଶିଆ କାର୍ଯ୍ୟ କରି ନଥିବା ଶ୍ରୀ ଦାସ ଆରୋପ ଉଠାଇଥିଲେ। ବାଲେଶ୍ୱର ବିକାଶକୁ ନେଇ କଂଗ୍ରେସ ପାଖରେ ଏକାଧିକ ପ୍ରମାଣ ଥିବା ବେଳେ ବିଜେପି ଓ ୨୧ ବର୍ଷ ଶାସନରେ ରହି ଆସିଥିବା ବିଜେଡି ମାତ୍ର ୫ଟି ଲେଖାଏଁ ନମୁନା ପେସ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ବିକାଶରେ କଂଗ୍ରେସର ଅବଦାନକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ସୁଯୋଗ୍ୟ ଦଳୀୟ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ଅଧିକରୁ ଅଧିକ ସମର୍ଥନ ମିଳିଲେ ବାଲେଶ୍ୱରରେ ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ। ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ବାଲେଶ୍ୱର ଜିଲ୍ଲା କିଷାନ କଂଗ୍ରେସ ସଭାପତି ନିରଂଜନ ବେହେରା, ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ପ୍ରମୁଖ ଏଥିରେ ଯୋଗଦେଇ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମମତା କୁଣ୍ଡୁଙ୍କ ଶିକ୍ଷାଗତ ଯୋଗ୍ୟତା, ସମାଜସେବା ମୂଳକ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କୁ ସମସ୍ତେ ସମର୍ଥନ ଦେବାକୁ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.