Home ଜିଲ୍ଲା ପରିକ୍ରମା ଜିଲ୍ଲା ପ୍ରଶାସନ-ରାଜନୈତିକ ଦଳଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀ

ଜିଲ୍ଲା ପ୍ରଶାସନ-ରାଜନୈତିକ ଦଳଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀ

140

ବାଲେଶ୍ୱର, ୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୧୫୦ତମ ଗାନ୍ଧୀ ଜୟନ୍ତୀ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ-ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହାତ୍ମା ଗାନ୍ଧୀ ଓ ଲାଲ ବାହଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀଙ୍କ ତତ୍ତ୍ୱାବବଧାନରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ। ସ୍ଥାନୀୟ ଶହୀଦ ପାର୍କ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତିରେ ଆଜି ସକାଳେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ପୁରୁଷୋତ୍ତମ ସେଠୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ। କୋଭିଡ-୧୯ କଟକଣା, ଉପ-ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ତଥା ସରକାରୀ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନିରାଡମ୍ବର ଭାବେ ଗାନ୍ଧୀ ଜୟନ୍ତୀ ପାଳନ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା। ସେହିପରି ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ମଧ୍ୟ ଆଜି ଗାନ୍ଧୀଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତି ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ନିଜର ସହଯୋଗୀ ଓ ଦଳୀୟ କର୍ମୀଙ୍କୁ ନେଇ ସହିଦ ପାର୍କରେ ଥିବା ଜାତିର ଜନକ ମହତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର ୨ ତାରିଖରୁ ବିଜେଡି ପକ୍ଷରୁ ବାଲେଶ୍ୱରରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ନଥିବା ବେଳେ କେବଳ ଗାନ୍ଧୀ ଜୟନ୍ତୀ ପାଳନ କାରାଯାଇଥିବା ଜଣାପଡ଼ିଛି। ଅନୁରୂପ ଭାବେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସହ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌ର ନିରବ ପ୍ରତିବାଦ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ସଂଜୀବ ଗିରିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ, ନଗର ସଭାପତି ପଦ୍ମଲୋଚନ ଲେଙ୍କା, ଗୋପୀନାଥ ପଢ଼ୀ, କୃଷ୍ଣଗୋପାଳ ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜନ ଦାସ, ଦେବଦତ୍ତ ଦାସ, ତୁଷାରକାନ୍ତି ତପସ୍ୱୀ, ରାଜ୍ୟ ମହିଳା କଂଗ୍ରେସ କର୍ମକର୍ତ୍ତା ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ବାସନ୍ତି ନାୟକ, ଜ୍ୟୋତ୍ସ୍ନା ସେନାପତି, ଶେଖ୍ ଅଜଗର ଅଲ୍ଲି, ଶେଖ୍ ସରିଫ୍ ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ। ସହିଦପାର୍କସ୍ଥିତ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ ପରେ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କ କଷି ଆଇନ୍‌ର ନିରବ ପ୍ରତିବାଦ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.