Home ଜିଲ୍ଲା ପରିକ୍ରମା ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ପାଳିତ

ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ପାଳିତ

12

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଦଳିତ ନେତା ମାନସ କୁମାର ମଲ୍ଲିକ, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଅମୂଲ୍ୟ କୁମାର ମଲ୍ଲିକ, ବରେଣ୍ୟ ଅତିଥି ଏମ ଡି ଫାରୁକ, ସମ୍ମାନିତ ଅତିଥି ଅବସରର ପ୍ରାପ୍ତ ଅଧ୍ୟାପକ କମଳା କାନ୍ତ ସ୍ୱାଇଁ, ସମ୍ମାନିତ ଆଇନଜୀବି ତାହେର ମହମ୍ମଦ, ସମ୍ମାନିତ ଅତିଥି କଂଗ୍ରେସ ନେତା ନଳିନୀ ମହାନ୍ତି ପ୍ରମୁଖ ଯୋଗଦେଇ ଡ଼ଃ ବାବାସାହେବ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ସମଗ୍ର ଭାରତ ବର୍ଷର ବାବା ସାହେବ ଆମ୍ବେଦକର ଏକ ଉଜ୍ଜଳ ଜ୍ୟୋତି ବୋଲି ବକ୍ତବ୍ୟ ଦେଇଥିଲେ । ମୁଖ୍ୟ ଅତିଥି ମାନସ ମଲ୍ଲିକ ତାଙ୍କ ବକ୍ତବ୍ୟରେ ବାବା ସାହେବ ଙ୍କ ପାଇଁ ଆଜି ସମାଜର ତଳସ୍ତରର ଲୋକ ମାନେ ସମାଜ ମଧ୍ୟରେ ସମ୍ମାନ ର ଜୀବନ ବିତାଉ ଥିବା ବେଳେ ଧୀରେ ଧୀରେ ସେମାନଙ୍କ ଶିକ୍ଷା, ଅର୍ଥନୈତିକ,ସାମାଜିକ କ୍ଷେତ୍ରରେ ସୁଧାର ଆସୁଥିବାର ବକ୍ତବ୍ୟ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଡ଼ଃ ଅମୂଲ୍ୟ ମଲ୍ଲିକ ତାଙ୍କ ବକ୍ତବ୍ୟରେ ସମାଜର ଗରିବ ଶ୍ରେଣୀର ଲୋକ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେବା ପାଇଁ ବାବା ସାହେବ ଆମ୍ବେଦକର ଙ୍କ ସଂଘର୍ଷ, ସଂଗ୍ରାମ ଅତୁଳନୀୟ ବୋଲି ଭାଷଣ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଜୟରାମ ମଲ୍ଲିକ, ମଦନ ମଲ୍ଲିକ, କ୍ଷୀରୋଦ ସେଠୀ ପ୍ରମୁଖ ବକ୍ତବ୍ୟ ଦେଇଥିବା ବେଳେ ଶଶିକାନ୍ତ ଜେନା, ଦୀନବନ୍ଧୁ ଦାସ, ଧରିତ୍ରୀ ଜେନା, ନାରୀନେତ୍ରୀ ଜ୍ୟୋସ୍ନାରାଣୀ ଜେନା, ମନୋଜ ଜେନା ପ୍ରମୁଖ ଯୋଗଦେଇଥିଲେ । ଜୟନ୍ତୀ ଉତ୍ସବ ପାଳନ ପ୍ରାରମ୍ଭରେ ଆତଙ୍କବାଦୀ ହମଲାରେ ପ୍ରଣାବଳୀ ଦେଇଥିବା ମୃତକ ଙ୍କ ଉଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୟୋଳନ କରିଥିଲେ । ଆୟୋଜିତ ଏହି ଉତ୍ସବକୁ ଯୁବନେତା ରଞ୍ଜନ ଜେନା ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.